୧୯୯୮ବ୍ୟାଚର ବନ୍ଧୁମିଳନ
ସାଲେପୁର: ସାଲେପୁର ହାଇସ୍କୁଲର ୧୯୯୮ବ୍ୟାଚ୍ର ବନ୍ଧୁମିଳନ ହାଇସ୍କୁଲ ଅଡିଟୋରିୟମ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପୁରାତନ ଛାତ୍ରଛାତ୍ରୀମାନେ ବୃକ୍ଷରୋପଣ କରିବା ସହ ସ୍କୁଲ ପରିସରକୁ ସଫେଇ କରିଥିଲେ । ପୁରାତନ ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ସ୍କୁଲ ସମୟର ସ୍ମୃତିକୁ ମନେ ପକାଇବା ସହ ନିଜ ନିଜ ମଧ୍ୟରେ କିଭଳି ସୁସଂପର୍କ ରହିବ ସେ ନେଇ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜୀବନଜ୍ୟୋତି ଦାସ, ସଂଜୟ ନାୟକ, ମନୋଜ ସାମଲ, ରଶ୍ମିରଂଜନ ପରିଡ଼ା, ସରୋଜ କୁମାର ରାଉତରାୟ, ମଳୟ କୁମାର ସାମଲ, ଫର୍ଜନା ୟାସ୍ମିନ୍, ସୁଚିତ୍ରା କର, ବିଜୟଲକ୍ଷ୍ମୀ ମାହୁନ୍ତ, ପ୍ରୀତିପ୍ରିୟଦର୍ଶିନୀ ନାୟକ, ମୀରା ପଣ୍ଡା, ମିନୁ ପଣ୍ଡା, ସୁଜିତ୍ ବିଶ୍ୱାଳ, ଧର୍ମେନ୍ଦ୍ର ମହାନ୍ତିଙ୍କ ସମେତ ବହୁ ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେଇ ସାଲେପୁର ହାଇସ୍କୁଲର ଉନ୍ନତିକରଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଆଗାମୀ ଦିନରେ ସ୍କୁଲ ପରିସରରେ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ଏକ ପୂର୍ଣ୍ଣାବୟବ ମୂର୍ତ୍ତି ସ୍ଥାପନ ପାଇଁ ନିଷ୍ପତ୍ତି ନେଇଥିଲେ ।