ଡିସେମ୍ବରରେ ଆନନ୍ଦପୁର ମହାବିଦ୍ୟାଳୟ ହୀରକ ଜୟନ୍ତୀ ସମାରୋହ
ଆନନ୍ଦପୁର: ଆଗାମୀ ଡିସେମ୍ବର ମାସ ଶେଷ ସପ୍ତାହରେ ଆନନ୍ଦପୁର ମହାବିଦ୍ୟାଳୟ ତାର ହୀରକ ଜୟନ୍ତୀ ସମାରୋହ ପାଳନ କରିବ । ଏନେଇ ହୀରକ ଜୟନ୍ତୀର ରୂପ ରେଖ କିପରି ହେବ ସେନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ.ନାରାୟଣ ମିଶ୍ର ଏକ ପ୍ରସ୍ତୁତି ବୈଠକ ଡାକିଥିଲେ । ମହାବିଦ୍ୟାଳୟ କର୍ମଚାରୀ କକ୍ଷରେ ଅନୁଷ୍ଠିତ ବୈଠକରେ ଏହି ସମାରୋହ ଆସନ୍ତା ଡିସେମ୍ବର ମାସ ଶେଷ ସପ୍ତାହ କିମ୍ବା ଜାନୁଆରୀ ପ୍ରଥମ ସପ୍ତାହରେ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଏଥିରେ ମହାବିଦ୍ୟାଳୟର ପୁରାତନ ଛାତ୍ର ମହେଶ୍ୱର ସାହୁଙ୍କୁ ସର୍ବ ସମ୍ମତି କ୍ରମେ ହୀରକ ଜୟନ୍ତୀ ସମାରୋହ କମିଟିର ସଭାପତି ଭାବେ ମନୋନୀତ କରାଯାଇଥିଲା । ସେହିପରି ସାଧାରଣ ସମ୍ପାଦକ ଭାବେ ନିରାକାର ଦଳେଇ, ଉପସଭାପତି ଭାବେ ରାମଚନ୍ଦ୍ର ସୁର, ବିନୋଦ ଚନ୍ଦ୍ର ମିଶ୍ର, ଦୁର୍ଗାଚରଣ ଦଳେଇ ଏବଂ ସୁଶୀଲ କୁମାର ହୋତାଙ୍କୁ ମନୋନୀତ କରାଯାଇଥିବା ବେଳେ ସମ୍ପାଦକ ଭାବେ କୃଷ୍ଣଚନ୍ଦ୍ର ରଣା, ଦୀପକ ଜେନା, ସନତ କର ଏବଂ ମମତାରାଣୀ ଜେନା ମନୋନୀତ ହୋଇଥିଲେ । ସେହିପରି ସଂଯୋଜକ ଭାବେ ଦେବରଞ୍ଜନ ସାହୁ, କୋଷାଧ୍ୟକ୍ଷ ଭାବେ ଅଶୋକ ସାହୁ ମନୋନୀତ ହୋଇଥିବା ବେଳେ ପରିଚାଳନା କମିଟିରେ ରାମଚନ୍ଦ୍ର ସାହୁ, ପ୍ରମୋଦ କୁମାର ସି, ସୁଭାଶିଷ ପାଢ଼ୀ, ହରେକୃଷ୍ଣ ପାତ୍ର, ଶତ୍ରୁଘ୍ନ ସାହୁ, ସନ୍ତୋଷ ରାଉତ, ଲଲାଟେନ୍ଦୁ ଧୀର, ଟୁକୁନା ମହାନ୍ତ, ଜ୍ୟୋତିରଞ୍ଜନ ଯେନା, ସତ୍ୟବ୍ରତ ରାମ, ରାଜାପ୍ରଭୁ ଦାସ, ଅକ୍ଷୟ କୁମାର ସାମଲ ପ୍ରମୁଖଙ୍କୁ ମନୋନୀତ କରାଯାଇଛି । କାର୍ଯ୍ୟକ୍ରମ ଶେଷରେ ପୁରାତନ ଛାତ୍ର ନିରାକାର ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ ।