ନବଦମ୍ପତିଙ୍କୁ ବୃକ୍ଷ ପ୍ରଦାନ
ତାଳଚେର : ତାଳଚେର ବ୍ଲକ ହେଲପ୍ ଲାଇନ ଘଣ୍ଟପଡ଼ା ପକ୍ଷରୁ ୭୬ତମ ବନ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ମା’ ଙ୍କ ନାମରେ ଗଛଟିଏ ପ୍ରଦାନ କରାଯାଇଛି । ହେଲପ୍ ଲାଇନର ପ୍ରତିଷ୍ଠାତା ମାଳତୀ ସାହୁ ଓ ସମାଜସେବୀ କ୍ଷୀରୋଦ ସାହୁଙ୍କ ଦ୍ୱାରା ସଚେତନତାର ବାର୍ତ୍ତା ନେଇ ନିଆରା ଢଙ୍ଗରେ ପ୍ରଥମେ ହାଣ୍ଡିଧୂଆ ଠାରେ ଥିବା ଦାନ୍ତ ଡାକ୍ତର ଅନିତା ସାହୁଙ୍କୁ ଗଛଟିଏ ଦେଇ ଶୁଭାରମ୍ଭ କରିଥିଲେ । ପରେ ୨୫ଟି ବିବାହ ଭୋଜି ଉତ୍ସବରେ ନବ ଦମ୍ପତିଙ୍କ ସହିତ ପରିବାରକୁ ନଡିଆ, ଡାଳିମ୍ବ, ଆମ୍ବ, ଲେମ୍ବୁ, ବିଭିନ୍ନ ଔଷଧୀୟ ବୃକ୍ଷ ସମେତ ଗଙ୍ଗ ଶିଉଳି ପ୍ରଦାନ କରାଯାଇ ଗଛକୁ ବଢେଇବା ଓ କିପରି ଯନô ନେବା ସେ ବିଷୟରେ କହି ସଚେତନା କରିଥଲେ । ଆଗାମୀ ଦିନରେ ଗୃହ ପ୍ରବେଶ, ଏକୋଇଶିଆ, ଜନ୍ମ ଦିନ, ବିବାହ ବାର୍ଷିକ, ଶୁଦ୍ଧି କ୍ରିୟା, ପ୍ରଥମ ଶ୍ରାଦ୍ଧ ବାର୍ଷିକ ଇତ୍ୟାଦିରେ ଗଛ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀମତୀ ସାହୁ କହିଛନ୍ତି ।