ତଳକାଁପଡାରେ ବୋମାମାଡ ଘଟଣା ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ 

ତଳକାଁପଡାରେ ବୋମାମାଡ ଘଟଣା ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ 

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ଥାନାଧିନ ତଳକାଁପଡ଼ା ଗାଁର ବୋମାମାଡ଼ ଓ ଆକ୍ରମଣ ଘଟଣାରେ ୩ଟି ମାମଲା ରୁଜୁ ହୋଇଛି । ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରିଥିବା ବେଳେ ଉଭୟ ବିଜେଡି ଓ ବିଜେପି ସମର୍ଥକଙ୍କ ପକ୍ଷରୁ ଆଗତ ଅଭିଯୋଗରେ ୨ଟି ମାମଲା ମଧ୍ୟ ହୋଇଛି । ଉକ୍ତ ମାମଲାରେ ମୋଟ୍‌ ୩୦ ଜଣ ଅଭିଯୁକ୍ତଙ୍କୁ ପୋଲିସ ଚିହ୍ନଟ କରିଥିଲେ ହେଁ ଏଯାବତ୍‌ କାହାରିକୁ ଗିରଫ୍‌ କରିବାରେ ଅସମର୍ଥ ହୋଇଛି ପୋଲିସ । ଅଭିଯୁକ୍ତମାନେ ଗାଁରେ ରହୁନଥିବା ଭାରପ୍ରାପ୍ତ ଥାନାଧିକାରୀ ସତ୍ୟବ୍ରତ ଗ୍ରହା·ର୍ଯ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗଣ୍ଡଗୋଳ ସୃଷ୍ଟି କରିଥିବା ନିର୍ଦ୍ଦିଷ୍ଟ ଗୋଷ୍ଠି ପୋଲିସର ପଦକ୍ଷେପ ପ୍ରତି ସମସ୍ତଙ୍କ ନଜର ରହିଛି । ଅନ୍ୟପଟେ ବୋମାମାଡ କରିଥିବା ଅଭିଯୁକ୍ତମାନଙ୍କୁ ପୋଲିସ ଚିହ୍ନଟ କରିବାରେ ପ୍ରାୟତଃ ବିଫଳ ହୋଇଥିବା କୁହାଯାଉଛି । ବ୍ୟକ୍ତିଗତ ଶତୃତାରୁ ଗୋଷ୍ଠୀ ସଂଘର୍ଷ ହୋଇଥିବା ମଧ୍ୟ କୁହାଯାଉଛି । ତେବେ ଏହି ଘଟଣାକୁ ଜିଲ୍ଲା ପ୍ରଶାସନ ମୁଣ୍ଡ ବଥାର କାରଣ ସାଜିଥିବା ବେଳେ ଅଭିଯୁକ୍ତମାନଙ୍କୁ ଗିରଫ୍‌ କରାନଯିବା ପର୍ଯ୍ୟନ୍ତ ଆଞ୍ଚଳିକ ଅସନ୍ତୋଷ ଲାଗି ରହିବା ସ୍ୱାଭାବିକ । ଅନ୍ୟପଟେ ତିହିଡି ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଚ ବୋଲି କୁହାଯାଉଛି । ଅଭିଯୁକ୍ତମାନଙ୍କ ଧରିବାରେ ବିଫଳ ହେଲେ ଜନ ଅସନ୍ତୋଷ ଦେଖାଦେବା ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ । କାରଣ ଉଭୟ ରାଜନୈତିକ ଦଳ ବ୍ୟତିତ ଉକ୍ତ ଗାଁରେ ଅନ୍ୟ ଦଳ ଓ ସାଧାରଣ ଲୋକ ମଧ୍ୟ ବସବାସ କରନ୍ତି । ଏହି ଘଟଣା ସେମାନଙ୍କ ସମ୍ମାନ ଓ ସ୍ୱାଭିମାନ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ତେବେ ସେ ଯାହା ହେଉନା କାହିଁକି ପରିସ୍ଥିତ ନିୟନ୍ତ୍ରଣ କରିବା ଲାଗି ପୋଲିସର ପଇଁତରା ·ଲୁରହିଛି । 
ସୂଚନା ଥାଉକି, ଉଭୟ ଦଳର ସମର୍ଥକମାନଙ୍କ ମଧ୍ୟରେ ପୂର୍ବ ଶତୃତା ଲାଗି ରହିଥିଲା । ବିଗତ ଦିନରେ ଏକାଧିକ ମାମଲା ମଧ୍ୟ ରୁଜୁ ହୋଇଛି । ତେବେ ଗତ ବୁଧବାର ରାତିରେ ସେମାନଙ୍କର ଶତୃତା ଉଗ୍ର ରୂପ ଧାରଣ କରିଥିଲା । ଗାଳିଗୁଲଜ ସହ ବୋମାମାଡ, ଆକ୍ରମଣ ଓ ପ୍ରତିଆକ୍ରମଣରେ ଗାଁରେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଥିଲା । ଉଭୟ ପକ୍ଷରୁ ୧୪ ଜଣ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୮ ଜଣ ଗୁରୁତର ମଧ୍ୟ ହୋଇଛନ୍ତି । ପୋଲିସ ତରଫରୁ ପ୍ରଥମେ ଏକ ମାମଲା ୧୪୫/୨୫ ରୁଜୁ ହୋଇଥିବା ବେଳେ ପରେ ବିଜେଡି ସମର୍ଥକ ମୁକ୍ତିକାନ୍ତ ଦାସଙ୍କ ଏତଲା ମୂଳେ ୧୪୬/୨୫ ଏବଂ ବିଜେପି ପକ୍ଷରୁ ରେବତୀ ଦାସଙ୍କ ଏତଲାକ୍ରମେ ୧୪୭/୨୫ ମାମଲା ରୁଜୁ ହୋଇଛି । ଖୋଦ୍‌ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଘଟଣା ସ୍ଥଳକୁ ଯାଇ ସ୍ଥିତି ପରିଖିଥିଲେ । ଏଥିସହ ଭାରପ୍ରାପ୍ତ ଏସଡିପିଓ ଓ ତିହିଡି ତହସିଲଦାର ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଥିବା ଜଣାଯାଇଛି ।