‘ଆମ ମାତୃଭାଷା ପରିଷଦ’ର ସଂକ୍ରାନ୍ତି ଆସର 

 ଭଦ୍ରକ : ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର ସାମରାଇପୁର କଲ୍ୟାଣ ନଗର ସ୍ଥିତ ଗୁରୁକୃପା ଭବନରେ ଅନୁଷ୍ଠିତ ହୋଇଯାଇଛି । ଇଂ. ଅଭୟ ସୂତାରଙ୍କ ପୌରହିତ୍ୱରେ ପ୍ରାକ୍ତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା ଉଦ୍ଘାଟନ କରିଥିଲେ । ବେଦପାଠ ପ୍ରାରମ୍ଭିକ ଭଜନ  ଓ ସମ୍ପାଦକୀୟ ପାଠ କରିଥିଲେ ଡାକ୍ତର ଅନିଲ କୁମାର ଦାଶ । “ସାରସ୍ୱତ ସାଧକ ଉକôଳମଣି ଗୋପବନ୍ଧୁ ଦାସ” ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଡଃ ପ୍ରମୋଦ କୁମାର ନାୟକ, ମୁଖ୍ୟବକ୍ତା ଡଃ ନିତ୍ୟାନନ୍ଦ ମିଶ୍ର, ସମ୍ମାନନୀୟ ବକ୍ତା ଡଃ କୃପାସିନ୍ଧୁ ନାୟକ, ସମ୍ମାନନୀୟ ଅତିଥି ଆଖଣ୍ଡଳମଣୀ ମହାବିଦ୍ୟାଳୟର ଅଧ୍ୟକ୍ଷ ନୀହାର ରଞ୍ଜନ କର, କବି ବିଜୟ ବହଳୀ, ଶିକ୍ଷାବିତ୍ ବାବୁଲାଲ ଦାସ, ଅଧ୍ୟାପକ କମଳାକାନ୍ତ ସ୍ୱାଇଁ, ନାଟ୍ୟଶ୍ରୀ ନିର୍ମଳ ରାଉତ, ଲକ୍ଷ୍ମଣ କୁମାର ମହାନ୍ତି, ଦିଲ୍ଲୀପ କୁମାର ନାୟକ, ଶିକ୍ଷୟିତ୍ରୀ ସରୋଜିନୀ ନାୟକ ପ୍ରମୁଖ ଉକôଳମଣି ଗୋପବନ୍ଧୁ ଦାସ ସମାଜ ସୁଧାରକ ଓ ସାରସ୍ୱତ ସାଧକ ଥିଲେ । ତାଙ୍କୁ ଦାରିଦ୍ର୍ୟ କେବେ ହରାଇ ପାରିନଥିଲା ଏବଂ ମୃତୁ୍ୟ ଶଯ୍ୟାରେ ନିଜ ପୁଅକୁ ଛାଡି ସେ ସମାଜ ସେବା ନିମିତ୍ତ ଚାଲିଆସିଥିଲେ ବୋଲି କହିଥିଲେ ।କବୟିତ୍ରୀ ସଂଯୁକ୍ତା ବଳ ଓ ଶ୍ରଦ୍ଧାଞ୍ଜଳି ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ ନାରାୟଣ ଚନ୍ଦ୍ର ପାଢୀ, ଅଧ୍ୟାପିକା ପ୍ରମୋଦା କୁମାରୀ ପଣ୍ଡା, ସୁବାସ ଚନ୍ଦ୍ର ବଳ, ଲକ୍ଷ୍ମୀକାନ୍ତ ବାରିକ, ବୈକୁଣ୍ଠ ନାଥ ଓଝା, ଶାନ୍ତିଲତା ବାରିକ, ନିବେଦିତା ଦାସ, ଶଶ୍ମିତା ମଲ୍ଲିକ, ଶଶିକାନ୍ତ ବେହେର ପ୍ରମୁଖ ପ୍ରାୟ ୫୦ଜଣ କବି କବିତା ପାଠ କରିଥିଲେ ।