କଣ୍ଟି ଉଚ୍ଚବିଦ୍ୟାଳୟ ବାର୍ଷିକୋସବ

 ଭଣ୍ଡାରିପୋଖରୀ:  ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ କଣ୍ଟି ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକୋସôବ ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୁରିଗାଁ ସମିତି ସଭ୍ୟା ଅନୀତା ଧଳ ମୁଖ୍ୟ ଅତିଥି, ଖଡ଼ିସିଙ୍ଗା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଜୟସିଂ ସର୍ଦ୍ଦାର ମୁଖ୍ୟବକ୍ତା, ଶିକ୍ଷାସଂଯୋଜକ ପ୍ରକାଶ ଚନ୍ଦ୍ର ଦାସ, ସମାଜସେବୀ ଦିବାକର ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଶିକ୍ଷକ ଦେବାଶିଷ ଜେନା ଅତିଥି ପରିଚୟ ଓ ବିଦ୍ୟାଳୟ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଶୈଖିକ ଓ ସହଶୈଖିକ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶିକ୍ଷକ ମଧୁସୂଦନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ନାଗେଶ୍ୱର ମାଝୀ, ବିଶ୍ୱଜିତ ପାହାନ୍ତସିଂ, ଶିକ୍ଷୟତ୍ରୀ ବନାନୀ ପ୍ରିୟଦର୍ଶନୀ ମିଶ୍ର, ମୀନାକୁମାରୀ ଶଙ୍ଖୁଆ ଓ ଶିକ୍ଷା କର୍ମଚାରୀ ବସନ୍ତ କୁମାର ରାଉତ ଉସôବ ପରିଚାଳନାରେ ସହଯୋଗ କରିଥିଲେ ।