ତହସିଲଦାରଙ୍କୁ ୩ ବର୍ଷ ସଜ୍ଜା
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ତହସିଲଦାର ସୁବ୍ରତ କୁମାର ବେହେରା ଏକ ଭିଜିଲାନ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥ?ିବା ବେଳେ ୩ ବର୍ଷ ସଶ୍ରମ କରାଦଣ୍ଡ ସହ ୩୦ ହଜାର ଟଙ୍କା ଜୋରିମାନାରେ ଭିଜିଲାନ୍ସ କୋର୍ଟ ଦଣ୍ଡିତ କରିଛି । ପୂର୍ବରୁ ଶ୍ରୀ ବେହେରା ସୁବର୍ଣ୍ଣପୁର ଜିଲା ତରଭା ତହସିଲଦାର ତଥା ସବ- ରେଜିଷ୍ଟ୍ରାର ଭାବେ କାର୍ଯ୍ୟ କରୁଥିଲେ । ତେବେ ଏକ ଜମି ବିକ୍ରୟ ପଞ୍ଜିକରଣ ପାଇଁ ଅଭିଯୋଗକାରୀଙ୍କ ଠାରୁ ୨୦ ହଜାର ଟଙ୍କା ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ଏନେଇ ସମ୍ବଲପୁର ଭିଜିଲାନ୍ସ ଥାନା ୨୦୨୦ ନଭେମ୍ବର ୧୬ ତାରିଖରେ କେଶ ନମ୍ବର ୨୯ ରେ ମାମଲା ରୁଜୁକରିଥିଲା । ଏହି ମାମଲାଟି ବିଚାରାଧୀନ ରହିଥିଲା । ବଲାଙ୍ଗୀର ଭିଜିଲାନ୍ସ ସ୍ୱତନ୍ତ୍ର ଜଜ ଲାଞ୍ଚ ନେବା ମାମଲାରେ ଦୋଷୀ ସାବ୍ୟସ୍ତ କରି ସୁବ୍ରତ କୁମାର ବେହେରାଙ୍କୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ ୩୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ତହସିଲଦାର ଶ୍ରୀ ବେହେରା ସାବ୍ୟସ୍ତ ହେବା ପରେ ଭିଜିଲାନ୍ସ ଅଦାଲତ ତାଙ୍କୁ ଚାକିରୀରୁ ବହିଷ୍କାର କରିବାକୁ ବିଭାଗକୁ ସୁପାରିଶ କରିଛି । ଏହି ମାମଲା ଭିଜିଲାନ୍ସ ବଲାଙ୍ଗୀର ପିପି ଜୟକୃଷ୍ଣ ସାହୁ ପରିଚାଳନା କରିଥିବାବେଳେ ସମ୍ବଲପୁର ପୂର୍ବତନ ଡିଏସପି ସଦାନନ୍ଦ ପାଣିଏହି କେଶର ତଦନ୍ତକାରୀ ଅଧିକାରୀ ରହିଥିଲେ ।