ଅନ୍ତର୍ଜାତୀୟ ମହିଳା ଦିବସ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ, ତରଫରୁ ଜିଲ୍ଲା କୋର୍ଟ ପରିସରରେ ମହିଳା ଆଇନଜୀବି, ଜିଲ୍ଲା କୋର୍ଟର ମହିଳା କର୍ମଚାରୀ ଏବଂ ପାରା ଲିଗାଲ ସ୍ୱଛାସେବି ମହିଳାମାନଙ୍କୁ ନେଇ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୫ ଅବସରରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷତଥା ଜିଲ୍ଲା ୌରାଜଜ ସୁବ୍ରତ ମହାନ୍ତିଙ୍କ ନିଦେ୍ର୍ଦଶ କ୍ରମେ ଆୟୋଜିତ ହୋଇଥିଲା । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଦୌରାଜର୍ଜ ସୁବ୍ରତ ମହାନ୍ତି ଯୋଗଦେଇଥିଲେ । ଜିଲ୍ଲା ଆଈନ ସେବା ପ୍ରାଧିକରଣର, ନବରଙ୍ଗପୁରର ସଚିବ ଶ୍ରୀମତୀ ସାଇ ଅଭୀପ୍ସା ଗୋଛାୟତ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟାନ୍ୟ ଅତିଥି ଭାବେ ପରିବାର ବିଚାରବିଭାଗୀୟ ଜର୍ଜ ଶ୍ରୀମତୀ ଲିଲିପ୍ତା ପସାୟତ, ଅତିରିକ୍ତ ଜିଲ୍ଲା ଜଜ ବିଷ୍ଣୁ ପ୍ରସାଦ ମିଶ୍ର, ଅତିରିକ୍ତ ଜିଲ୍ଲା ଜଜ (ପୋକସୋ) ବାସୁଦେବ ଆଚାର୍ଯ୍ୟ, ଏଡିଏମଓ ମଳୟ କୁମାର ତ୍ରିପାଠୀ, ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରି ଶ୍ରୀମତୀ ସୀମା ତ୍ରିପାଠୀ, ବରିଷ୍ଟ ଦେବାନୀ ଜର୍ଜ ମୋନିତା ତ୍ରିପାଠୀ, ବରିଷ୍ଟ ଦେବାନୀ ଜର୍ଜ, ନବରଙ୍ଗପୁର (ମହିଳା କୋର୍ଟ) ସୁଦୀପା ପାତ୍ର, ରେଜିଷ୍ଟ୍ରାର ଜିଲ୍ଲାକୋର୍ଟ ସୁକାନ୍ତ କିଶୋର ଜେନା, ବରିଷ୍ଟ ଦେବାନୀ ଜର୍ଜ, ବିଚାର ବିଭାଗୀୟ ଦଣ୍ଡାଧିକାରୀ ସୌମ୍ୟ ଶଙ୍କର ମହନ୍ତ, ଆଇନଜୀବି ସଂଘର ସମ୍ପାଦକ ତପନ କୁମାର ସିଂହ ଏବଂ ସମାଜ ସେବି ମନୋରମା ମାଝି ଯୋଗଦେଇ ମହିଳା ମାନଙ୍କ ପାଇଁ ଥିବା ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା କରିଥିଲେ । ମହିଳା ଦିବସରେ ମହିଳା କର୍ମଚାରୀ ଓ ମହିଳା ଆଇନଜୀବିଙ୍କୁ ନେଇ ଏକ ଚିତ୍ରାଙ୍କନ, ମିଉଜିକ ଚେୟାର ଓ ଲେମନ ସ୍ପୁନ ରେସ ପ୍ରତିଯୋଗୀତା ଆୟୋଜନ କରାଯାଇ ସେଥିରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିବା ମହିଳା କର୍ମଚାରୀମାନଙ୍କୁ ଜିଲ୍ଲା ୌରାଜଜ ସୁବ୍ରତ ମହାନ୍ତି ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ୱାରା ପରିଚାଳନା କରଯାଇଥିଲା ।