ଜିଲ୍ଲାସ୍ତରୀୟ ରବି ଧାନ ସଂଗ୍ରହ କମିଟି ବୈଠକ : ମେ ୨୦ରୁ ମଣ୍ଡିରୁ ଧାନ ସଂଗ୍ରହ ଆରମ୍ଭ

 ନବରଙ୍ଗପୁର  : ନବରଙ୍ଗପୁର ଜିଲ୍ଲାରେ ରବି ଧାନ ସଂଗ୍ରହ ନିମନ୍ତେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହଣ କମିଟି ବୈଠକ ଜିଲ୍ଲାପାଳ ଡ଼ ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଉପ ଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ କୁମାର ମିଶ୍ର ରାଜ୍ୟସଭା ସାଂସଦ ପ୍ରତିନିଧି ରବି ପଟ୍ଟନାୟକ, ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇ ଥିଲେ । ଏହି ବୈଠକରେ ଚଳିତ ବର୍ଷ ଜିଲ୍ଲାରେ ମେ ମାସ ୨୦ ତାରିଖ ରୁ ୫ଟି ବ୍ଲକର ୭ଟି ମଣ୍ଡିରୁ ଧାନ କ୍ରୟ ନିମନ୍ତେ ପ୍ରଶାସନିକ ପଦକ୍ଷେପ ଉପରେ ବିଶେଷ ଆଲୋଚନା ହୋଇଥିଲା ।  ଜିଲ୍ଲାପାଳ ରବି ଧାନ ସଂଗ୍ରହ ସମୟରେ  ଚାଷୀମାନଙ୍କ ପାଇଁ ଆବଶ୍ୟକୀୟ ସୁବିଧା ଓ ଉଚ୍ଚିତ ପ୍ରାପ୍ୟ ପ୍ରଦାନ କରିବା ପାଇଁ ସିଏସଓଙ୍କୁ ନିଦେ୍ର୍ଦଶ ଦେଇଥିଲେ । ନବରଙ୍ଗପୁର ବିଧାୟକ ମଣ୍ଡିରେ ପର୍ଯ୍ୟାପ୍ତ ସୁବିଧା ଯଥା ପିଇବା ପାଣି ବ୍ୟବସ୍ଥା, ପ୍ରତ୍ୟେକ ଦିନ ଖୋଲିବା, ବିଜୁଳି, ତାର୍ପୋଲିନ, ଆଶ୍ରୟ ସ୍ଥଳ,  ଓଜନ ମେସିନ୍ ଓ ଅନ୍ୟାନ୍ୟ ପଦକ୍ଷେପ  ଉପରେ ଗୁରୁତ୍ୱ ଦେବାକୁ  ଆର୍ଏମସି ସମ୍ପାଦକଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଗତ ଖରିଫ ୨୦୨୪-୨୫ରେ ଧାନ ସଂଗ୍ରହ ଲକ୍ଷ୍ୟ ୨୫,୭୮,୪୪୭.୭୬ କ୍ୱିଣ୍ଟାଲ ଥିବାବେଳେ, ୨୪,୯୪,୬୪୭.୮୬ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଥଲା ଏବଂ ୪୦,୩୫୯ ଚାଷୀ ଧାନ ସଂଗ୍ରହ ରେ ଅନ୍ତର୍ଭୁକ୍ତ ହୋଇଥିଲେ । ବର୍ତ୍ତମାନ ୨୦୨୪-୨୫ ରବି ପାଇଁ ୧୦୫୨ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି ।