ସ୍ୱେଚ୍ଛାସେବୀ ନେତୃତ୍ୱ ଶିବିର 

 ଭୁବନେଶ୍ୱର:  ଜାତୀୟ ସେବା ଯୋଜନା ପକ୍ଷରୁ ଉଚ୍ଚ ଶିକ୍ଷା ବିଭାଗ ଏବଂ ରମାଦେବୀ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ    ଭୁବନେଶ୍ୱର ସ୍ଥିତ କମଳା ନେହେରୁ ମହିଳା ମହାବିଦ୍ୟାଳୟରେ ଅନ୍ତଃଜିଲ୍ଲାସ୍ତରୀୟ ତ୍ରିଦିବସୀୟ ସ୍ୱେଚ୍ଛାସେବୀ ନେତୃତ୍ୱ ଶିବିର ଅନୁଷ୍ଠିତ  ହୋଇଯାଇଛି ।  ଏହି ଶିବିରରେ ଆଜିର ଯୁବପିଢୀ କିପରି ନେତୃତ୍ୱ ବହନ କରି ପରିବାର, ସମାଜ ତଥା ଦେଶ ପାଇଁ ଅଂଶଦାନ କରିପାରିବେ ଓ ଏକ ସୁସ୍ଥ ସମାଜ ଗଠନ ପାଇଁ ଯୁବଶକ୍ତିଙ୍କ ଉପରେ ବିଶେଷ ଭାବରେ ଗୁରୁତ୍ୱ ଦିଆଯାଇଥିଲା । ଏହି ଶିବିରରେ ବିଭିନ୍ନ ପାଠ୍ୟକ୍ରମ, କର୍ମଶାଳା ଓ ମନୋରଞ୍ଜନଧର୍ମ୍ୟା କାର୍ଯ୍ୟକ୍ରମମାନ ହୋଇଥିଲା । ଏତଦ୍ ବ୍ୟତୀତ ଛାତ୍ରୀମାନେ ସ୍ୱଚ୍ଛତା କାର୍ଯ୍ୟକ୍ରମ, ରାଲି ଓ ଅନ୍ୟାନ ଗଠନମୂଳକ କାର୍ଯ୍ୟ ମଧ୍ୟ କରିଥିଲେ । ଏହି ଶିବିରରେ ଜାତୀୟ ସେବା ଯୋଜନାକାରୀ ରାଜ୍ୟ ଆଞ୍ଚଳିକ ନିଦେ୍ର୍ଦଶିକା ସୁଶ୍ରୀ ସରିତା ପଟେଲ ଯୋଗ ଦେଇ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁଶାନ୍ତ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମାଜ ଗଠନ୍ ଓ ଦେଶ ପାଇଁ କାର୍ଯ୍ୟ କରିବା ପାଇଁ ମନୋନିବେଶ କରିବାକୁ ଉପଦେଶ ଦେଇଥିଲେ । ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ମଧୁସ୍ମିତା ଦାସ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।