ତାରିଣୀଙ୍କ ପୀଠରେ ପଣା ସଂକ୍ରାନ୍ତି ପୂଜା 

 ଗୋଳାମୁଣ୍ଡା: ସାରା ରାଜ୍ୟରେ ମହାବିଷୁବସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ପାଳନ  କରୁଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କୁହୁରା ଗ୍ରାମପଞ୍ଚାୟତ ଅଧିନସ୍ଥ କେନ୍ଦୁମୁଣ୍ଡି ଗ୍ରାମ ଠାରେ ପ୍ରସିଦ୍ଧ ଘଟଗାଁ ବାସିନୀ ଆଦିଶକ୍ତି ମା’ ତାରିଣୀଙ୍କ ପଣାସଂକ୍ରାନ୍ତି ଉସôବ ମହା ଆଡମ୍ବରରେ ପାଳନ କରିଥିବା ଦେଖିବାକୁ ମିଳିଛି । ପୂର୍ବ ସୂଚୀ ଅନୁସାରେ ସୋମବାର ଦିନ ସକାଳ ଦଶ ଘଣ୍ଟା ସମୟରେ ନିଜ ଘରୁ ବାହାରି ହଜାର ହଜାର ଭକ୍ତଙ୍କ ସମାଗମରେ ବାଜା ବଜାଇ,ସଙ୍କୀର୍ତ୍ତନ ସହ ମା’ ତାରିଣୀ ଘୋଡ଼ାରେ ଚଡି ନଗର ପରିକ୍ରମା କରି ଭକ୍ତ ମାନଙ୍କ ଦୁଃଖ ସୁଖ ବୁଝି ବରଗଛ ମୂଳରେ ଅବସ୍ଥିତ ଥିବା ମନ୍ଦିରକୁ ଯାଇଥିଲେ  । ସେଠାରେ ପାରମ୍ପରିକ ରୀତି ନୀତି ଅନୁଯାୟୀ ଗୁଡ, ଘିଅ, ଧୂପ,ଦୀପ , ଆଳତି ସାଙ୍ଗକୁ ପୂଜା ଅର୍ଚ୍ଚନା କରିଥଲେ  । ମନସ୍କାମନା କରିଥିବା ଭକ୍ତମାନେ ମାଆଙ୍କୁ ଫୁଲ୍ ମାଳ ସାଙ୍ଗକୁ ନଡ଼ିଆ ଭୋଗ ଅର୍ପଣ କରୀ ମୁଣ୍ଡିଆ ମାରି ଶୁଭ ଆଶୀର୍ବାଦ ଲାଭ କରିଥିଲେ ।