ପୂର୍ବ ଶତ୍ରୁତା ପାଇଁ ଆକ୍ରମଣ, ୨ ଆହତ 

ହିଞ୍ଜିଳିକାଟୁ: ଦଣ୍ଡନାଚ ଦେଖିବାକୁ ଯାଇଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଛି । ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ହିଞ୍ଜିଳି ଥାନା ଖରିଡା ଗ୍ରାମର ଲିଙ୍କୁ ନାହାକ ଓ ଅମନ ନାହାକ  । ପୁଲିସ ସୂଚନା ପ୍ରକାରେ ହିଞ୍ଜିଳି ଥାନା ଖରିଡା ଗ୍ରାମର ଓମ୍ ନାହାକ, ଲିଙ୍କୁ ନାହାକ ଓ ଅମନ ନାହାକ ହିଞ୍ଜିଳି ଗ୍ରାମକୁ ଦଣ୍ଡନାଚ ଦେଖିବାକୁ ଆସିଥିଲେ । ଦଣ୍ଡନାଚ ସ୍ଥଳରେ ହିଞ୍ଜିଳି ଥାନା ବୁରୁପୋଡା ଗ୍ରାମର କିଛି ଯୁବକ ଉପସ୍ଥିତ ଥିଲେ । ବୁରୁପୋଡା ଅଞ୍ଚଳର ସଂପୃକ୍ତ ଯୁବକ ମାନଙ୍କ ସହ ଲିଙ୍କୁ ଓ ଅମନଙ୍କ ପରିବାର ସହ ପୂର୍ବରୁ ଶତୃତା ଲାଗି ରହିଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦଣ୍ଡନାଚ ସ୍ଥଳରେ ଉପସ୍ଥିତ ଥିବା ବୁରୁପୋଡା ଅଞ୍ଚଳର ୪ ଜଣ ଯୁବକ ଲିଙ୍କୁ ଓ ଅମନ ସହ ଝଗଡା କରିବା ସହ ହଠାତ୍ ଆକ୍ରମଣ କରିଥିଲେ । ଆକ୍ରମଣରେ ଲିଙ୍କୁ ଓ ଅମନ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ଚିକିସôିତ ପରେ ଦୁହେଁ ଘରକୁ ଫେରିଥିଲେ । ଶନିବାର ସନ୍ଧ୍ୟାରେ ଲିଙ୍କୁ ଓ ଅମନ ଦୁହେଁ ମିଶି ଓମଙ୍କ ଘରକୁ ଯାଇ ଗାଳିଗୁଲଜ କରିଥିଲେ । ତୁ କାହିଁକି ବୁରୁପୋଡା ଅଞ୍ଚଳର ଯୁବକଙ୍କୁ ଆମର ପରିଚୟ ପ୍ରଦାନ କରିଥିଲୁ ବୋଲି କହିବା ସହ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ ବୋଲି ଓମଙ୍କ ମା’ ସବିତା ନାହାକ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୨୯୦/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ଅନ୍ୟପକ୍ଷରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଲିଙ୍କୁ ଓ ଅମନ ଦୁହେଁ ମିଶି ବବୁଲ ନାହାକଙ୍କୁ ଆକ୍ରମଣ କରିଥିଲେ ବୋଲି ବବୁଲଙ୍କ ମା’ ସୁନି ନାହାକ ହିଞ୍ଜିଳି ଥାନାରେ ପାଲଟା ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ଆଉ ଏକ କେସ ନଂ- ୨୯୩/୨୫ ରେ ମାମଲା ରୁଜୁ ହୋଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ ।