କଳିଙ୍ଗରେ ପ୍ରତିଭା ସମ୍ବର୍ଦ୍ଧନା  : ମାର୍କସିଟ୍ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରେନି 

 ବ୍ୟାସନଗର: ଯାଜପୁର ଜିଲ୍ଲାର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ସମୂହ କଳିଙ୍ଗ ଗ୍ରୁପ୍ ଅଫ୍ ଇନଷ୍ଟିଚୁ୍ୟସନ୍ସ (କେଜିଆଇ) ଅଧିନସ୍ଥ କଳିଙ୍ଗ ହାୟର ସେକେଣ୍ଡାରୀ ସ୍କୁଲ ବା କେଏଚଏସଏସ ଏବଂ ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲର +୨ ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ରଞ୍ଜନ କୁମାର ଦାସ ମାର୍କସିଟ କେବେ ବି ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ନିର୍ଦ୍ଧାରଣ କରେନାହିଁ ବରଂ ସେମାନଙ୍କର ନିଜର ଆତ୍ମବିଶ୍ୱାସ ଏବଂ ଦୃଢ଼ ଇଚ୍ଛାଶକ୍ତି ସେମାନଙ୍କୁ ତାଙ୍କର ଉଜ୍ୱଳ ଭବିଷ୍ୟତ ନିମନ୍ତେ ପଥ କଢ଼ାଏ ବୋଲି ପ୍ରକାଶ କରିଥିଲେ । ଏଥି ସହିତ କେଜିଆଇର ଅଧ୍ୟକ୍ଷ ଇଂ. ଆଲେକଜାଣ୍ଡାର ଦାସ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ରେଜଲ୍ଟ ପାଇଁ ଶୁଭେଚ୍ଛା ଜଣାଇବା ସହିତ ମାର୍କ ନୁହେଁ ବରଂ ଦକ୍ଷତା ସବୁଦିନ ପାଇଁ ଏବଂ କଳିଙ୍ଗ ଦକ୍ଷତା ବିକାଶ ପାଇଁ ସଦାସର୍ବଦା ପ୍ରଚେଷ୍ଟା କରିଥାଏ ବୋଲି ପ୍ରକାଶ କରିଥିଲେ । ଏଥି ସହିତ ବିଗତ ଦୁଇ ବର୍ଷ ତଳେ ଆଡ଼ମିଶନ ସମୟରେ କଳିଙ୍ଗର ଯାଇଥିବା କଟ୍ ଅଫ୍ ମାର୍କ ଠାରୁ ସମସ୍ତ ଛାତ୍ରଛାତ୍ରୀ ଅଧିକ ମାର୍କ ରଖିଛନ୍ତି । ଯାହାକି ଅନୁଷ୍ଠାନ ପାଇଁ ଅତ୍ୟନ୍ତ ଗୌରବର କଥା ବୋଲି କହିଥିଲେ । ଅନ୍ୟ ଇନଷ୍ଟିଚୁ୍ୟସନ୍ସ ମାନଙ୍କରେ ଯେତେବେଳେ ୭୦% ଛାତ୍ରଛାତ୍ରୀଙ୍କ ମାର୍କ ସେମାନଙ୍କର ଆଡ୍ମିଶନ ସମୟର କଟ୍ ଅଫ୍ ମାର୍କ ଠାରୁ ବହୁତ କମ୍ ମାର୍କ ରଖିଛନ୍ତି । ସେ ସମୟରେ କଳିଙ୍ଗର ଛାତ୍ରଛାତ୍ରୀଙ୍କ ଏପରି କୃତିତ୍ୱ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗର୍ବ ଏବଂ ଗୌରବର ବିଷୟ । ଲଗାତାର ପଞ୍ଚମ ବର୍ଷ ପାଇଁ କଳିଙ୍ଗ ହାୟର ସେକେଣ୍ଡାରୀ ସ୍କୁଲର ଛାତ୍ରଛାତ୍ରୀ ମ୍ୟାଟ୍ରିକ ମାର୍କ ଠାରୁ ଯୁକ୍ତ ବିଜ୍ଞାନରେ ଅଧିକ ପ୍ରତିଶତ ମାର୍କ ରଖି ସାରା ରାଜ୍ୟରେ ରେକର୍ଡ ସୃଷ୍ଟି କରୁଛନ୍ତି । ସଦାସର୍ବଦା ପ୍ରତିଶତ ନୁହେଁ ବରଂ ଛାତ୍ରଛାତ୍ରୀ ମାନଙ୍କର ସାମଗ୍ରିକ ବିକାଶରେ ବିଶ୍ୱାସ ରଖୁଥିବା କଳିଙ୍ଗରେ ଚଳିତ ବର୍ଷ ଅନୁଷ୍ଠାନର ଛାତ୍ର ସାଇ ସ୍ୱରୂପ ବିଶ୍ୱାଳ ୫୬୧ (୯୩.୫%) ମାର୍କ ରଖି ଟପ୍ପର ହୋଇଥିବା ସମୟରେ ସନ୍ତୋଷ ଖିଲାର ଯିଏ କି ଦଶମରେ ୨୫୭ ନମ୍ବର ରଖିଥିଲେ, ସେ ୨୧୫ ମାର୍କର ଗ୍ରୋଥ କରି +୨ରେ ୪୭୨ ମାର୍କ ରଖି ଭିନ୍ନ ଏକ ରେକର୍ଡ ସୃଷ୍ଟି କରିଛନ୍ତି । କେବଳ ସେ ନୁହନ୍ତି ଅନୁଷ୍ଠାନର ଅଧିକାଂଶ ଛାତ୍ରଛାତ୍ରୀ ମ୍ୟାଟ୍ରିକ ମାର୍କ ଠାରୁ ଯୁକ୍ତ ଦୁଇ ବିଜ୍ଞାନରେ ଅଧିକ ପ୍ରତିଶତ ନମ୍ବର ରଖି ଅନୁଷ୍ଠାନ ପାଇଁ ଗୌରବ ଆଣି ଦେଇଛନ୍ତି । ଏଥି ସହିତ ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ର ଆଦିତ୍ୟ କୁମାର ପ୍ରସାଦ ୯୫.୩ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଥିବା ସମୟରେ ଛାତ୍ରୀ ଆଦ୍ୟାଂଶି ଶତପଥୀ ୯୪.୫ ପ୍ରତିଶତ ଏବଂ ଅର୍ଣ୍ଣବ ମହାନ୍ତି ୯୦ ପ୍ରତିଶତ ମାର୍କ ରଖି ଅନୁଷ୍ଠାନ ପାଇଁ ଗୌରବ ଆଣି ଦେଇଛନ୍ତି । ସଫଳ ଛାତ୍ରଛାତ୍ରୀ ନିଜର ସଫଳତାର ଶ୍ରେୟ ପ୍ରିନ୍ସିପାଲ୍ ଦେବାଶିଷ ଦାସ ଏବଂ କଳିଙ୍ଗ ଗ୍ଲୋବାଲ ଏକାଡେମୀର ମୁଖ୍ୟ ଚିରସ୍ମିତା ଦାସଙ୍କୁ ଦେବା ସହ ତାଙ୍କ ବିନା ମାର୍ଗଦର୍ଶନରେ ଏହି ସଫଳତା କେବେବି ସମ୍ଭବ ହୋଇପାରି ନଥାନ୍ତା ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ବ୍ୟାସନଗର ସ୍ୱୟଂଶାସିତ କଲେଜର ଇଂରାଜୀ ବିଭାଗର ଏଚୋଡ଼ି ଡଃ ପ୍ରଜ୍ଞା ପ୍ରବର୍ତିକା ଦାସ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା ଥିଲେ । କାର୍ଯ୍ୟକ୍ରମକୁ କେଜିଆଇ ସମସ୍ତ କାର୍ଯ୍ୟକର୍ତା ଏବଂ ଛାତ୍ରଛାତ୍ରୀ ସଫଳ କରିବାରେ ସହାୟକ ହୋଇଥିଲେ ।