ଅଗ୍ନିକାଣ୍ଡରେ ୪ ବଖରା ପାଉଁଶ

ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକର ତେସିଙ୍ଗା ଗ୍ରାମ ପଣ୍ଡାସାହି ଅଗ୍ନିକାଣ୍ଡରେ ୪ ବଖରା ବାସଗୃହ ମଙ୍ଗଳବାର ଅପରାହ୍ନରେ ଜଳିଯାଇଥିବା ଜଣାଯାଇଛି । ଗ୍ରାମର ନବକିଶୋର ପଣ୍ଡା ଓ ରମେଶ ପଣ୍ଡାଙ୍କ ମୋଟ ୪ ବଖରା ଘର ଆଜି ଛାଉଣୀ ହୋଇଥିଲା । ଅପରାହ୍ନ ୩ଟା ବେଳେ ଘର ଜଳିଉଠିଥିଲା । ପ୍ରଖର ପବନ ଥିବାରୁ ସମ୍ପୂର୍ଣ୍ଣ ଘର ଜଳିଯାଇଥିଲା । ଖବର ପାଇ ଭଣ୍ଡାରିପୋଖରୀରୁ ଦମକଳବାହିନୀ ଆସି ଅଗ୍ନିକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କା ମୂଲ୍ୟର ଧାନ, ଆସବାବପତ୍ର ସମେତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇଥିବା ଜଣାଯାଇଛି । ରାଜସ୍ୱ ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇଛି ।