ତାଳଚୁଆ-ମହାକାଳପଡା ଯାଏ... ମାଳମାଳ ବେଆଇନ ଭିଏଚଏଫ ଟାୱାର 

 ରାଜନଗର: ରାଜନଗର ବ୍ଲକ୍ର ତାଳଚୁଆ ସାମୁଦ୍ରିକ ଥାନା ନିକଟବର୍ତୀ ଅଞ୍ଚଳରେ ମାଳମାଳ ବେଆଇନ ଭିଏଚଏଫ ଟାୱାର ଦେଖିବାକୁ ମିଳିଛ । କେବଳ ଅଲିଭରିଡଲେ କଇଁଛ ନୁହେଁ, ଦେଶର ସୁରକ୍ଷାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ପୂର୍ବରୁ ତାଳଚୁଆ ଅଞ୍ଚଳରେ ହାମରେଡିଓ ସେଞ୍ଚର, ଜାଲନୋଟ କାରକାର, ମୂର୍ତ୍ତି ଚୋରି, ଧର୍ମ ପରିବର୍ତନ ସାଙ୍ଗକୁ ଭିତରକନିକା ଜାତୀୟ ଉଦ୍ୟାନର ବିରଳ ଜୀବଜନ୍ତୁ ଓ ବୃକ୍ଷଲତାକୁ ବେଆଇନ ଭାବେ ବାହାରକୁ ଚାଲାଣ ଘଟଣା ଜଣାପଡିଛି । ଏପରି ସ୍ଥିତିରେ ଅଲିଭରିଡଲେ କଇଁଛଙ୍କ ଅନ୍ତୁଡିଶାଳ ଭାବେ ପରିଚିତ ଗହୀରମଥାକୁ ପ୍ରତିବର୍ଷ ନଭେମ୍ବରରେ ଅଲିଭରିଡଲେ କଇଁଛ ନିଜର ବଂଶ ବିସ୍ତାର କରିବା ପାଇଁ ଆସନ୍ତି । ଉପକୂଳରୁ ସମୁଦ୍ର ଭିତରକୁ ୨୦କି.ମି ଓ ଧାମରା ମୁହାଣରୁ ପୁରୁଣା ମହାନଦୀ ମୁହାଣ ଯାଏ ୧୪୩୫ବର୍ଗ କି.ମି ଅଞ୍ଚଳ ପରିମିତ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ । ଏହି ସମୟରେ ଗହିରମଥାରେ ଅଧିକ ମାଛ ଉପଲବ୍ଧ ହେଉଥିବାରୁ ମାଛ ମାଫିଆମାନେ ଟ୍ରଲରରେ ବେଆଇ ଭାବେ ମାଛ ଧରୁଛନ୍ତି । ଜାଲରେ ଛନ୍ଦିହୋଇ ନିରୀହ ଅଲିଭରିଡଲେ କଇଁଛ ଅକାଳରେ ମୃତୁ୍ୟବରଣ କରୁଛନ୍ତି । ଟ୍ରଲରରେ ମାଛ ଧରିବାକୁ ଯାଉଥିବା ଡ୍ରାଇଭର, କର୍ମଚାରୀ ଓ ମାଲିକ ନିଜର ସୁରକ୍ଷା ପାଇଁ ବେଆଇନ ଭାବରେ ଭିଏଚଏଫର ବ୍ୟବହାର କରୁଛନ୍ତି । ଯାହାଫଳରେ ଆଗୁଆ ଖବର ପାଇ ବନବିଭାଗର ପାଟ୍ରୋଲିଂ ବୋଟକୁ ଚକମା ଦେଇ ଖସିଯିବାରେ ସକ୍ଷମ ହେଉଛନ୍ତି । ଟ୍ରଲର ମାଲିକମାନେ ବେଆଇନ ଭିଏଚ୍ଏଫ୍ ସେଟ୍ ବ୍ୟବହାର ପାଇଁ ଅନୁମତି ଆବଶ୍ୟକତା ରହିଛି କି ନାହିଁ, ତାହା ଯାଞ୍ଚ ହେଉନାହିଁ । ହାଇଟେରା, ଏଲଏନସ୍କୋ ଓ ମୋଟୁରୁଲା କମ୍ପାନୀର ଭିଏଚଏଫ ସେଟ୍ ବ୍ୟବହାର କରୁଛନ୍ତି । ସାଧାରଣତଃ ମୋଟୁରୁଲା ସେଟ୍ଗୁଡିକ ୫୦ ରୁ ୬୦ କିଲୋମିଟର ପର୍ଯ୍ୟନ୍ତ ସିଗନାଲ ପାଉଥିବା ବେଳେ, ବନବିଭାଗର ସୂଚନା ପାଇବା ପାଇଁ ଏହାକୁ ବ୍ୟବହାର କରୁଥିବା ଜଣାପଡିଛି । ସେହିପରି ହାଇଟେରା ଓ ଏଲଏନସ୍କୋ ପରି ଉଚ୍ଚ କ୍ଷମତା ସଂପନ୍ନ ଭିଏଚଏଫ ଯାହାକି ୭୦ ରୁ ୧୦୦କି.ମି ପର୍ଯ୍ୟନ୍ତ ଯୋଗାଯୋଗ କରିହେବ । ଜନୈ÷କ ମସô୍ୟଜୀବୀ ନିଜ ନାମ ଗୋପନ ରଖିବା ସୂତ୍ରରେ କହିଛନ୍ତି ଯେ, ବୋଟ ଓ ଟ୍ରଲରର କର୍ମଚାରୀ ଏବଂ ଡ୍ରାଇଭରଙ୍କୁ ସୁରକ୍ଷା ଦେବା ପାଇଁ ସାଧାରଣ ଲୋକଟି ଭିଏଚଏଫ ଟାୱାର ମାଧ୍ୟମରେ ବନବିଭାଗର ଗତିବିଧି ସମ୍ପର୍କରେ ଆଗୁଆ ସୂଚନା ଦେଇ ମାଲିକଙ୍କଠାରୁ ମୋଟା ଅଙ୍କର ଆର୍ଥିକ ସହାୟତା ନେଉଛନ୍ତି । ଏପରିକି ବନବିଭାଗରେ କାମ କରୁଥିବା କିଛି କର୍ମଚାରୀ ମୋବାଇଲରେ ମେସେଜ ଦେଇ ପରବର୍ତ୍ତୀ ସମୟରେ କାଟି ଦେଉଥିବା ଅଭିଯୋଗ ହୋଇଛି । ବନବିଭାଗଠାରୁ କମ ଦରମା ପାଉଥିବାରୁ ଏହି କର୍ମଚାରୀମାନେ ମାଲିକଙ୍କଠାରୁ ଟଙ୍କା ନେଇ ସେମାନଙ୍କୁ ସାହାଯ୍ୟ କରୁଛନ୍ତି । ଅଲିଭରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ବନବିଭାଗ ସହିତ ତଟରକ୍ଷୀ ବାହିନୀ, ମସô୍ୟବିଭାଗ ଓ ସାମୁଦ୍ରିକ ଥାନା ପୋଲିସ ମିଳିତ ପାଟ୍ରୋଲିଂ କରିବାର ବ୍ୟବସ୍ଥା ରହିଛି । ବନବିଭାଗକୁ ଛାଡି ଦେଲେ ଅନ୍ୟ କୌଣସି ବିଭାଗ ପାଟ୍ରୋଲିଂରେ ସାମିଲ ହେଉନଥିବା ଅଭିଯୋଗ ହେଉଛି । ରାଜ୍ୟ ସରକାରଙ୍କ ଗୁଇନ୍ଦା ବିଭାଗ ଭିଏଚଏଫ ଟାୱାର ସଂପର୍କରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବେଶବିତ୍ ଓ ପ୍ରକୃତିପ୍ରେମୀମାନେ ଦାବି କରିଛନ୍ତି ।