ଚାଲି ଚାଲି ପୁରୀ ଯାତ୍ରା 

 ରଗଡ଼ି :  ଚାଲି ଚାଲି ଶ୍ରୀକ୍ଷେତ୍ର ଯାତ୍ରା । ବଡ଼ ଦାଣ୍ଡରେ ମହାପ୍ରଭୁଙ୍କୁ ଦର୍ଶନ କରି ରଥ ଦଉଡି ଟାଣିବାକୁ କୋରେଇ ବ୍ଲକ ପଛିକୋଟ ପଞ୍ଚାୟତ ପରମାନନ୍ଦପୁର ଗ୍ରାମର ସିଦ୍ଧ ମହାବୀର ସଂକୀର୍ତ୍ତନ ଦଳ ସଦସ୍ୟ ମା' କମୁଡ଼େଇଙ୍କ ପୀଠରୁ ପୁରୀକୁ ପଦଯାତ୍ରାରେ ବାହାରିଛନ୍ତି  । ସେମାନେ ସାତ ଦିନ ଚାଲିବା ପରେ ଶ୍ରୀଗୁଣ୍ଡିଚା ପୂର୍ବ ଦିନ ଅର୍ଥାତ ଗୁରୁବାର ସନ୍ଧ୍ୟାରେ ପହଁଚି ଶୁକ୍ରବାର ରଥ ଟାଣି ଘରକୁ ବାହୁଡ଼ିବେ ବୋଲି ଏହାର ନେତୃତ୍ୱ ନେଉଥିବା ପିତାମ୍ବର ବଳ କହିଛନ୍ତି । ଅକ୍ଷୟ ରାଉତ, ମଦନ ମୋହନ ପରିଡା, ଜିତେନ୍ଦ୍ର ବଳ, ବିଦ୍ୟାଧର ସ୍ୱାଇଁ, କାର୍ତ୍ତିକ ବାରିକ, ଆନନ୍ଦ ଦାସ, ହରିହର ଓଝା, ଅର୍ଜୁନ ଆଚାର୍ଯ୍ୟ, ନଟବର ପରିଡା, ଘଡି ପରିଡା ଓ ପର୍ଶୁରାମ ସାହୁ ପ୍ରମୁଖ ଭକ୍ତ ପଦଯାତ୍ରାରେ ସାମିଲ ହୋଇଛନ୍ତି । ସମାଜସେବୀ ପୂର୍ଣ୍ଣଚନ୍ଦ୍ର ସାହୁ ସେମାନଙ୍କୁ ବିଦାୟ ଦେଇ ଯାତ୍ରାର କୁଶଳ କାମନା କରିଥିଲେ ।