ସ୍ମୃତିରେଖାଙ୍କୁ ଇଣ୍ଟରନ୍ୟାସନାଲ୍ ଏମିନେନ୍ସ ଆୱାର୍ଡ

  ଭୁବନେଶ୍ୱର: ଡାକ୍ତରୀ ଅନୁସନ୍ଧାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଏହି ପୁରସ୍କାର ଶିକ୍ଷା, ବ୍ୟବସାୟ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତଥା ଆବଶ୍ୟକୀୟ ପରିବର୍ତ୍ତନର ମାଧ୍ୟମ ପାଲଟିଥିବା ବ୍ୟକ୍ତିତ୍ୱମାନଙ୍କୁ ପ୍ରୋସôାହିତ କରିବା ପାଇଁ ଏହା ପ୍ରଦାନ କରାଯାଏ  । ଜିସିସିଆର୍ ର ମିଳିତ ସହଭାଗିତାରେ କିଟସ୍କ୍ରାଫ୍ଟ ପ୍ରଡକ୍ସନ୍ସ ଦ୍ୱାରା ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ କିଟସ୍କ୍ରାଫ୍ଟ ପ୍ରଡକ୍ସନ୍ସ ଏଲ୍ଏଲ୍ପି, ଦୂରଦୃଷ୍ଟିସମ୍ପନ୍ନ ଆଭିମୁଖ୍ୟ ପାଇଁ ସମଗ୍ର ଭାରତରେ ପ୍ରତିଷ୍ଠିତ ୧୭୦ରୁ ଉର୍ଦ୍ଧ୍ୱ ବିଭିନ୍ନ ପୁରସ୍କାରପ୍ରାପ୍ତ ବ୍ୟକ୍ତିଙ୍କୁ ଉସôାହିତ କରିଛି  । ଯାହା ବ୍ୟବସାୟ, ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା କ୍ଷେତ୍ରରେ ଏକ ମହତ୍ୱପୂର୍ଣ୍ଣ ପ୍ରଭାବ ସୃଷ୍ଟି କରିଛି  । ଏହି ଅବସରରେ ଡକ୍ଟର ସ୍ମୃତିରେଖା ମହାନ୍ତିଙ୍କ ଅବଦାନ ବେଶ୍ ଅତୁଳନୀୟ ଥିଲା  । ଦନ୍ତ ଚିକିସôକରୁ ଜନସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ଡାକ୍ତର ସ୍ମୃତିରେଖାଙ୍କ ଯାତ୍ରା ତାଙ୍କୁ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ କରିଛି  । ଏଥିନିମନ୍ତେ ସେ ନିଜର ୟୁଜି ଗାଇଡ୍ ତଥା ପରାମର୍ଶଦାତା ଡ. ରୋହିତଙ୍କୁ ଶ୍ରେୟ ଦେଇଛନ୍ତି  । 
ଭୁବନେଶ୍ୱର ଏମ୍ସରେ ମେଲିଓଏଡୋସିସ୍ ପ୍ରକଳ୍ପରେ ରିସର୍ଚ୍ଚ ସହଯୋଗୀ ଭାବେ ସେ କାର୍ଯ୍ୟ ଆରମ୍ଭ କରିଥିଲେ  । ଜାନୁଆରୀ ୨୦୨୪ରେ, ଏମ୍ସ ଭୁବନେଶ୍ୱରରେ ଏକ କୋଭିଡ୍-୧୯ ସେରୋ-ସର୍ଭିଲାନ୍ସ ପ୍ରୋଜେକ୍ଟରେ ଜଡିତ ରହି ରୋଗ ପ୍ରତିରୋଧକ ଢାଞ୍ଚା ଏବଂ ମହାମାରୀ ପ୍ରତି ଜନସଂଖ୍ୟା ସ୍ତରର ପ୍ରତିକ୍ରିୟାର ଜ୍ଞାନ ହାସଲ କରିଥିଲେ  । ଏତଦ୍ ବ୍ୟତୀତ ଆଇବିବିଏସ୍ ମହିଳା ଯୌନ କର୍ମୀଙ୍କ ପୁରୁଷ ଗ୍ରାହକମାନଙ୍କ ବିଷୟରେ ରିସର୍ଚ୍ଚ କରି ଜନସ୍ୱାସ୍ଥ୍ୟର ବିଭିନ୍ନ ଦିଗ ଉପରେ ତର୍ଜମା କରିବାର ସୁଯୋଗ ପାଇଥିଲେ । ଏହି ଅଧ୍ୟୟନରେ ସେ ସାମାଜିକ-ଆଚରଣବିହୀନ କାରକ, ସ୍ୱାସ୍ଥ୍ୟସେବା ପ୍ରବେଶ ଏବଂ ପୁରୁଷ ଗ୍ରାହକମାନଙ୍କ ମଧ୍ୟରେ ଏଚ୍ଆଇଭି, ଏସ୍ଟିଆଇ ସମତେ ସ୍ୱାସ୍ଥ୍ୟ ସେବାର ବ୍ୟବହାର ଏବଂ ରଣନୀତିର ଏକ ଗଭୀର ଅନୁସନ୍ଧାନର ଆବଶ୍ୟକତାକୁ ଅନୁଭବ କରିଥିଲେ  । 
ବର୍ତ୍ତମାନ ଡକ୍ଟର ସ୍ମୃତିରେଖା କୋଲକାତାର ଆଇସିଏମ୍ଆର୍-ଏନ୍ଆଇସିଇଡିରେ ଜୁନିଅର କନ୍ସଲଟାଣ୍ଟ ଭାବରେ କାର୍ଯ୍ୟରତ ଅଛନ୍ତି  । ତାଙ୍କର ବୃତ୍ତିଗତ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବେ ଇଣ୍ଟରନ୍ୟାସନାଲ୍ ଏମିନେନ୍ସ ଆୱାର୍ଡ-୨୦୨୪ ତଙ୍କୁ ଆଗକୁ ବଢିବାର ପ୍ରେରଣା ପ୍ରଦାନ କରିଛି  । ସମ୍ମାନ ସଫଳତାର ମାନକ ନୁହେଁ ବରଂ ଆଗକୁ ବଢିବାର ପ୍ରୋସôାହନ ବୋଲି କହିଛନ୍ତି ଡକ୍ଟର ସ୍ମୃତିରେଖା ମହାନ୍ତି  ।