ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା
ନୀଳଗିରି : ନୀଳଗିରି ବ୍ଲକ ଅଧିନ ଜାମୁଡ଼ିହା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଖେଳ ପଡିଆରେ ବ୍ଲକସ୍ତରରେ ବିଦ୍ୟାଳୟ ସମୂହ କ୍ରୀଡା ଓ ଦୌଡକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଶିକ୍ଷାଧିକାରୀ ସତ୍ୟରଞ୍ଜନ ଭୂୟାଁ ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଭାବେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଯୋଗ ଦେଇ କ୍ରୀଡା ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଅତିଥି ପରିଚୟ ରୂପକ କୁମାର ପାସା କରିଥିବାବେଳେ ଗୋଷ୍ଠୀକ୍ରୀଡା ସଂଯୋଜକ ହାଜାମ ମାରାଣ୍ଡି ବ୍ଲକ କ୍ରୀଡାର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଏହି କ୍ରୀଡା ସମାରୋହରେ ଅନ୍ୟ ସମ୍ମାନୀୟ ଅତିଥିମାନଙ୍କ ମଧ୍ୟରେ ଜାମୁଡ଼ିହା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ହେମନ୍ତ କୁମାର ମଣ୍ଡଳ, ନୀଳଗିରି ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଲମ୍ବୋଦର ସିଂ, ନୀଳଗିରି ବିଆରସିସି ମିହିରି କୁମାର ଦାସ, ଜଡିଦା ଅର୍ଜୁନ ଆଚାର୍ଯ୍ୟ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଜଡିଦା ସିଆରସିସି ବିଶ୍ୱଜିତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।