ତାଳଚୁଆ ସାମୁଦ୍ରିକ ଥାନା ପକ୍ଷରୁ ଚାରା ବଣ୍ଟନ
ରାଜନଗର : ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ପକ୍ଷରୁ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ପରିବେଶ ସୁରକ୍ଷା ସଂପର୍କୀତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆଇଆଇସି ବିମଳ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ତାଳଚୁଆ ମାଛଧରା ଜେଟିଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମସô୍ୟଜିବୀ ସଂଘର ନେତା ଜହର ମଣ୍ଡଳ, ମେରାଇନ ଟେକ୍ନିକାଲ ଷ୍ଟାଫ ବିଜୟ ସାମଲ, ଆଲୋକ ରଥ ଓ ଜିତେନ୍ଦ୍ର ମୁନି ଯୋଗଦେଇ ପରିବେଶର ସୁରକ୍ଷା ଆମ ସମସ୍ତଙ୍କର ଧେୟ ହେବା ଉଚିତ୍ । ଜଳବାୟୁ ପରିବର୍ତନ ଫଳରେ ବିଶ୍ୱତାପନ ବୃଦ୍ଧି ପାଇବାରେ ଲାଗିଛି । ଜନବସତି, କଳକାରଖାନା, ରାସ୍ତା ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଯେଉଁ ପରିମାଣରେ ଗଛ କଟାଯାଉଛି, ସେହି ପରିମାଣରେ ଚାରା ରୋପଣ କରାଯାଉନାହିଁ । ଯାହାଫଳରେ ଜଳବାୟୁର ବ୍ୟାପକ ପରିବର୍ତନ ହେବାରେ ଲାଗିଛି । ଜଳବାୟୁ ପରିବର୍ତ୍ତନକୁ ରୋକିବାକୁ ହେଲେ ଚାରାରୋପଣ ସହ ବୃକ୍ଷର ସୁରକ୍ଷା ବ୍ୟାପକ ପରିମାଣରେ ହେବା ଆବଶ୍ୟକ । ଏନେଇ ଜନସାଧାରଣ ସଚେତନ ହେବା ଆବଶ୍ୟକ ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଥାନା ପକ୍ଷରୁ ପିଜୁଳି, ବଉଳ, ଆମ୍ବ ପ୍ରଭୃତି ବିଭିନ୍ନ ଚାରା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଥାନା କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।