କଟକ ଜିଲ୍ଲାରେ ଝାଡ଼ା ବାନ୍ତି ୬୪ ଆକ୍ରାନ୍ତ : ୨ ହୋଟେଲକୁ ସିଲ କଲା ସିଏମସି

 କଟକ : କଟକ ଜିଲ୍ଲାରେ ଦିନକୁ ଦିନ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସାରା ଜିଲ୍ଲାରେ ୬୪ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଲେଣି । ବାଙ୍କୀ ଘୋଳପୁରରୁ ୪୬ଜଣ ଓ ଟାଙ୍ଗୀରୁ ୧୮ ଜଣ ଆକ୍ରାନ୍ତ ଚିକିସôିତ ହେଉଥିବା ଜଣାପଡ଼ିଛି । ଅପର ପକ୍ଷରେ ୪୨ମୌଜାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ସିଡିଏମଓଙ୍କ ପକ୍ଷରୁ ସୂଚନା ମିଳିଛି । ଆଜି ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ବାଙ୍କୀ ଅଂଚଳ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେହିପରି ସିଟି ହସପିଟାଲରେ ସ୍ୱାସ୍ଥ୍ୟ ବିଭାଗ ଟିମ ସମୀକ୍ଷା କରିଛି । ସିଡିଏମଓଙ୍କ ସହ କିଛି ବରିଷ୍ଠ ଅଧିକାରୀ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସିଟି ହସପିଟାଲରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ପାଇଁ ୨୫ଟି ବେଡ଼ ପ୍ରସ୍ତୁତ କରି ରଖାଯାଇଛି । ସଂପ୍ରତି କଟକ ସହରରେ ଝାଡ଼ା ବାନ୍ତି ବ୍ୟାପିବା ଆଶଙ୍କାକୁ ଦୃଷ୍ଟିରେ ରଖି ସହରରେ ଥିବା ବିଭିନ୍ନ ହୋଟେଲଗୁଡ଼ିକରେ ସିଏମସି ଖାଦ୍ୟ ସୁରକ୍ଷା ଟିମ ପକ୍ଷରୁ ଚଢ଼ାଉ କରାଯାଇଛି । କଲେଜଛକ, ବାଦାମବାଡ଼ି ବସଷ୍ଟାଣ୍ଡ ଓ କଟକ ରେଳ ଷ୍ଟେସନ ନିକଟରେ ଥିବା ପ୍ରାୟ ୨୦ଟି ହୋଟେଲଗୁଡ଼ିକ ଉପରେ ସିଏମସି ପକ୍ଷରୁ ଚଢ଼ାଉ କରାଯାଇ ୫୦ କେଜିରୁ ଅଧିକ ବାସୀ ଖାଦ୍ୟ ନଷ୍ଟ କରାଯାଇଛି । ଏଥିସହ ନିମ୍ନମାନର ପାଣି ବ୍ୟବହାର କରୁଥିବା ଯୋଗୁ କଟକ ରେଳ ଷ୍ଟେସନ ନିକଟରେ ଥିବା ୨ଟି ହୋଟେଲକୁ ସିଏମସି ଖାଦ୍ୟ ସୁରକ୍ଷା ଟିମ ସିଲ କରିଥିବା ଜଣାପଡ଼ିଛି ।