ତୃତୀୟ ଦିନରେ ଓଳାଶୁଣୀ ମେଳା; ପଲୀଶ୍ରୀ ମେଳା ଉଦଘାଟିତ

ବାଲିଚନ୍ଦ୍ରପୁର/ବାଲିକୁଦା: ପ୍ରସିଦ୍ଧ ଓଳାଶୁଣୀ ଗୁମ୍ପାମେଳା ଆଜି ତୃତୀୟ ଦିନରେ ପହଁଚିଛି । ତୃତୀୟ ଦିନରେ ୫୦ ହଜାରରୁ ଉଦ୍ଧ୍ୱର୍ ଶ୍ରଦ୍ଧାଳୁ ସମବେତ ହୋଇଥିଲେ । ସନ୍ଥ ଅରକ୍ଷିତ ଦାସଙ୍କର ସମାଧି ପୀଠରେ ମୁଖ୍ୟ ଭୋଗ ଲାଗୁଥିବା ପୋଡ଼ପୀଠାର ଅନେକ ଗୁଡ଼ିଏ ଦୋକାନ ଖୋଲିଛି । ଶ୍ରଦ୍ଧାଳୁ ବିଭିନ୍ନ ସୁସ୍ୱାଦର ପୋଡ଼ପୀଠା କିଣି ସମାଧିପୀଠରେ ଲାଗି କରି ଘରକୁ ନେଉଥିବାର ଦେଖିବାକୁ ମିଳିଛି । ମେଳା ଅବସରରେ ପଲୀଶ୍ରୀ ମେଳା ଉଦଘାଟିତ ହୋଇଛି । ମେଳା ପରିସରରେ ବଡ଼ଚଣା ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ଉତ୍ପାଦିତ ସାମଗ୍ରୀକୁ ନେଇ ପଲ୍ଲିଶ୍ରୀ ମେଳା ଉଦଘାଟିତ ହୋଇଯାଇଛି । ମେଳାକୁ ବଡ଼ଚଣା ବିଧାୟକ ଅମର କୁମାର ନୟକ ଉଦଘାଟନ କରିଥିବା ବେଳେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ମହାକାଳପଡ଼ା ବିଧାୟକ ଦୁର୍ଗାପ୍ରସନ୍ନ ନାୟକ ପ୍ରମୂଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ଓଳାଶୁଣୀ ଫାଉଣ୍ଡେସନର ସଭାପତି ରୁଦ୍ର ନାରାୟଣ ସିଂହ, ସମ୍ପାଦକ ସୁମନ୍ତ ସାମଲ, ବଡ଼ଚଣା ବ୍ଲକ ଉନ୍ନୟନ ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ଗ୍ରାମାଂଚଳର ମହିଳା ମାନେ କିପରି ଭାବେ ସ୍ୱାବଲମ୍ବି ହୋଇପାରିବେ ସେ ଉପରେ ମତ ପ୍ରକାଶ କରିଥିଲେ । ସମାଜସେବୀ ଅଶୋକ କୁମାର ସାମଲଙ୍କ ସଂଚାଳନାରେ ଆୟୋଜିତ ଉସôବରେ ବଡ଼ଚଣା ବ୍ଲକ ଅଂଳରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ଅତିଥି ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।