ଡକାୟତୀ ଯୋଜନା ପଣ୍ଡ, ୬ ଗିରଫ, ମାରଣାସ୍ତ୍ର ଜବତ

ଡକାୟତୀ ଯୋଜନା ପଣ୍ଡ, ୬ ଗିରଫ, ମାରଣାସ୍ତ୍ର ଜବତ

  • ବାଲିଅନ୍ତା, ୨୬ା୮ : ପାର୍ବଣ ପୂର୍ବରୁ ବାଲିଅନ୍ତା ଅଞ୍ଚଳରୁ ଏକ ବଡ଼ଧରଣର ଡକାୟତି ଯୋଜନା ବେଳେ ଯୋଜନାକୁ ପଣ୍ଡ କରିଛି ବାଲିଅନ୍ତା ପୁଲିସ । ୬ ଜଣଙ୍କୁ ଗିରଫ କରିଥିବା ବେଳେ ଦୁଇଜଣ ଫେରାର ହୋଇଯାଇଛନ୍ତି । ଫଳରେ ସେମାନଙ୍କ ଠାରୁ ଖଣ୍ଡା, ଲୁହାରଡ଼, ଲଙ୍କାଗୁଣ୍ଡ ସହ ଏକ ମହିନ୍ଦ୍ରା ପିକପ୍ ଭ୍ୟାନ୍ ଓ ଏକ ବାଇକ ଜବତ କରାଯାଇଛି । ଗିରଫ ୬ ଅଭିଯୁକ୍ତ ହେଲେ, ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅଧୀନ ବନ୍ଧଭୂଇଁ ଗ୍ରମାର ସମ୍ବିତ୍ ଡାକୁଆ ଓରଫ୍ ବାପୁନା(୩୦), ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅଧୀନ ବେଗୁନିଆର ଗ୍ରାମର ସମୀର ନାୟକ (୨୨ ), ଗଞ୍ଜାମ  ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ଖମ୍ବେଶ୍ୱର ପାଟାଣା ଗ୍ରାମର ସୁନାମ ସାହି ର ରାମ ସ୍ୱାଇଁ(୪୧), ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅନ୍ତର୍ଗତ ବାଳକାଟି ରଥିଯେମା ଚାରିମାଣିଆ ଗ୍ରାମର ସଞ୍ଜୟ ସାହୁ ଓରଫ୍ ଭୀମା (୩୫),ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ବନମାଳୀପୁରର ଗୁଆପୁର  ଗ୍ରମାର ସୋମନାଥ ବେହେରା ଓରଫ୍ କାଳିଆ (୨୬ ), କାଳନ୍ଦୀ ମାଲିକ୍ ଓରଫ୍ କା( ୨୫) । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
     ସୂଚନା ଯୋଗ୍ୟଯେ, ବାଲିଅନ୍ତା ଥାନା ଅଧିକାରୀ ରବିନ୍ଦ୍ର ମେହେରଙ୍କ ନିଦେ୍ର୍ଦଶ କ୍ରମେ ଗତ ୨୫ ରବିବାର ବିଳମ୍ବିତ ରାତିରେ ଥାନାର ଏସଆଇ କବିତା ନାୟକ ଏକ ଟିମ୍ ସହିତ ଉକ୍ତ ଥାନାର ନିକଟସ୍ତ ଅଞ୍ଚଳରେ ପଇଁତରା ମାରୁଥିଲେ । ସେହି ସମୟରେ ରଙ୍ଗବଜାର ଛକ ପାର୍ଶ୍ୱରେ ଆସୁଥିବା ସମୟରେ ଏକ ନିର୍ମାଣ ଧିନ ଗୃହ ସହ ସଂଲଗ୍ନ ନିକଟରେ ଥିବା ନିର୍ମାଣଧିନ ପରିତ୍ୟକ୍ତ ଘରେ ୬ ରୁ ୮ଜଣ ଯୁବକ ଏକାଠି ହୋଇଥିବା ଯାଣିବାକୁ ପାଇଥିଲେ । ପରେ ସେଠାରେ ଅଚାନକ ଚଢ଼ାଉ କରିବା ସମୟରେ ପୁଲିସକୁ ଦେଖି ସମସ୍ତେ ଦୌଡ଼ିବା ବେଳେ ପୁଲିସ ଟିମ ୬ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ହେଲେ ବାକି ୨ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ଯାହାଫଳରେ ୬ ଜଣ ଅଭିଯୁକ୍ତଙ୍କୁ ପଚରା ଉଚରା ଓ ସେମାନଙ୍କ ତଲାସି ବେଳେ ସେମାନଙ୍କ ଠାରୁ, ଏକ ଖଣ୍ଡା, ପକେଟରୁ ଲଙ୍କାଗୁଣ୍ଡ, ଗାଡ଼ିରେ ଥିଲା କଟର ଓ ବିଭିନ୍ନ ପ୍ରକାରର ମାରଣାସ୍ତ୍ର ଜବତ କରାଯାଇଥିଲା । ଏମାନେ ବାଲିଅନ୍ତା ଅଞ୍ଚଳରେ ଏକ ବଡ଼ଧରଣର ଡକାୟତି କରିବାକୁ ଯୋଜନା ପ୍ରସ୍ତୁତ କରୁଥିଲେ । ଯାହାକି ପୁଲିସ ପାଇ ଏକ ବଡ଼ ସଫଳତା ବୋଲି ଜଣାପଡ଼ିଛି ।