୧୫ ମେଡ଼ିକାଲ ଅଫିସରଙ୍କ ପଦୋନ୍ନତି
medical officer

ଭୁବନେଶ୍ୱର : ରାଜ୍ୟ ସରକାର ୧୫ ମେଡ଼ିକାଲ ଅଫିସରଙ୍କୁ ପଦୋନ୍ନତି ସହ ନୂତନ ନିଯୁକ୍ତି ଦେଇଛନ୍ତି । ଡାକ୍ତର ବରଦାକାନ୍ତି ମିଶ୍ରଙ୍କୁ କୋରାପୁଟ ସିଡ଼ିଏମଓ, ଡାକ୍ତର ବିଜୟ କୁମାର ପଣ୍ଡାଙ୍କୁ ଗଞ୍ଜାମ ସିଡ଼ିଏମଓ ଏବଂ ଡାକ୍ତର ପ୍ରଶାନ୍ତ କୁମାର ହୋତାଙ୍କୁ ବଲାଙ୍ଗୀର ସିଡ଼ିଏମଓ ଭାବେ ନିଯୁକ୍ତି ଦିଆଯାଇଛି ।
ସେହିପରି ଡାକ୍ତର ପ୍ରଭାତ କୁମାର ବେହେରାଙ୍କୁ ମୟୂରଭଞ୍ଜ ସିଡ଼ିଏମଓ, ଡାକ୍ତର ଅନସାରୁଲ ହାସନ ଖାନଙ୍କୁ କଟକ ସିଟି ହସପିଟାଲରେ ନିଯୁକ୍ତି ଦିଆଯାଇଥିବାବେଳେ ଡାକ୍ତର ସୁଧାଂଶୁ ଶେଖର ବଳଙ୍କୁ ଭଦ୍ରକ ସିଡ଼ିଏମଓ, ଡାକ୍ତର ବିଭୂତି ଭୂଷଣ ପାଢ଼ୀଙ୍କୁ ସୁନ୍ଦରଗଡ଼ ସିଡ଼ିଏମଓ ଏବଂ ଡାକ୍ତର ସନ୍ତୋଷ କୁମାର ପଣ୍ଡାଙ୍କୁ ନବରଙ୍ଗପୁର ସିଡ଼ିଏମଓ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଅପରପକ୍ଷରେ ଡାକ୍ତର ମହମ୍ମଦ ମୁବାରକ ଅଲ୍ଲୀଙ୍କୁ ଗଜପତି ସିଡ଼ିଏମଓ, ଡାକ୍ତର ସନ୍ତୋଷ କୁମାର ପାଢ଼ୀଙ୍କୁ କନ୍ଧମାଳ ସିଡ଼ିଏମଓ, ଡାକ୍ତର ନୀଳାକ୍ଷୀ ସିରକାରଙ୍କୁ ଯାଜପୁର ସିଡ଼ିଏମଓ, ଡାକ୍ତର ସୁଶାନ୍ତ କୁମାର ଦାସଙ୍କୁ ନୟାଗଡ଼ ସିଡ଼ିଏମଓ, ଡାକ୍ତର ରଘୁନାଥ ନାଏକଙ୍କୁ ଜଗତସିଂହପୁର ସିଡ଼ିଏମଓ ଏବଂ ଡାକ୍ତର ଏମ ଜଗନ୍ନାଥ ରାଓଙ୍କୁ ମାଲକାନାଗିରି ସିଡ଼ିଏମଓ ଭାବେ ନିଯୁକ୍ତି ଦିଆଯାଇଛି । ଏହି ମର୍ମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।