ଆରାଧ୍ୟା ଏକାଡେମୀ ପକ୍ଷରୁ ସାଂସଦଙ୍କୁ ସମ୍ବର୍ଦ୍ଧନା

କଟକ : ନୃତ୍ୟ, ସଙ୍ଗୀତ, ବାଦ୍ୟ, ଚିତ୍ରକଳା ଭିତ୍ତିକ ବିଦ୍ୟାଳୟ ଆରାଧ୍ୟା କଲଚରାଲ୍ ଏକାଡେମୀ ବ୍ରାହ୍ମଣଝରିଲୋ ଫୁଲନଖରା ପକ୍ଷରୁ କଟକ ଜିଲ୍ଲା ସାଂସଦ ଭର୍ତ୍ତୁହରି ମହତାବଙ୍କୁ ତାଙ୍କ ବସଭବନରେ ଭେଟି ସମ୍ବର୍ଦ୍ଧନା ପ୍ରଦାନ କରଯାଇଛି । ଗ୍ରାମାଞ୍ଚଳରେ ଶିଶୁମାନଙ୍କ କଳା ପ୍ରତିଭାର ବିକାଶ ନେଇ ଏକାଡେମୀ ପକ୍ଷରୁ ଏପରି ପ୍ରୟାସକୁ ସାଂସଦ ପ୍ରଶଂସା କରିଥିଲେ । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଆରାଧ୍ୟା କଲଚରାଲ୍ ଏକାଡେମୀର ପରିଚାଳନ ନିଦେ୍ର୍ଦଶକ ଅଜୟ କୁମାର ପାତ୍ର, ଉପଦେଷ୍ଟା ସମାଜସେବୀ ପ୍ରତାପ କେଶରୀ ପାତ୍ର, ସଂଯୋଜକ ଇଂ.ସେବକ ଶ୍ରୀକାନ୍ତ, କିଶନନଗର ଶିଶୁ ମଙ୍ଗଳ କ୍ଲବ୍ ତଥା ଶିଶୁ ପତ୍ରିକା "କୁନି ପ୍ରତିଭା’ ସଂପାଦକ ଯୁବ ସମାଜସେବୀ ସତ୍ୟ ରଞ୍ଜନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।