ଶ୍ରୀରାମ ବିଜୟା ଦଶମୀ ମହାଯଜ୍ଞ ଉପଲକ୍ଷେ ଗଣଦୌଡ 


ଧାମନଗର : ପ୍ରଭୁ ଶ୍ରୀରାମ ବିଜୟା ଦଶମୀ ମହାଯଜ୍ଞ ପାଇଁ ମଙ୍ଗଳବାର ଧାମନଗର ଠାରେ ବିଶାଳ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି ।  ଜୟନଗର ସ୍ଥିତ ହନୁମାନଙ୍କ ମନ୍ଦିର ଠାରୁ ବିଶାଳ ଗଣ ଦୌଡ଼ ବାହାରି ଧାମନଗର ବଜାର ପରିକ୍ରମା କରି ମେଳଣ ପଡିଆ ଠାରେ ପହଞ୍ଚିଥିଲେ । ହନୁମାନଙ୍କ ପୀଠରେ ପୂଜାର୍ଚ୍ଚନା ପରେ ଗଣଦୌଡ଼ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା, ମହିଳା, ଛାତ୍ର ଏହି ଗଣଦୌଡରେ ସାମିଲ ହୋଇଥିଲେ । ଗଣଦୌଡ଼ରେ ଶ୍ରୀରାମ ମହାଯଜ୍ଞ ସମିତିର  ସଦସ୍ୟ କୈଳାସ ମହାପାତ୍ର, ସରୋଜ ମହାପାତ୍ର, ଶରତ ମହାନ୍ତି, ମନୋରଞ୍ଜନ ମଲ୍ଲିକ, ଅଶୋକ ପୁହାଣ, ଅରବିନ୍ଦ ପତି, ହେମନ୍ତ ପାଢ଼ୀଙ୍କ ନେତୃତ୍ୱରେ ହାତରେ  ପତାକା ମୁଣ୍ଡରେ ଜୟ ଶ୍ରୀରାମ ପଟି ବାନ୍ଧି ହଜାର ହଜାର ଶ୍ରୀରାମ ଭକ୍ତ ଗଣଦୌଡରେ ସାମିଲ ହୋଇଥିଲେ । ଶାନ୍ତି ଶୃଙ୍ଖଳା ପାଇଁ ଧାମନଗର ପୋଲିସ  ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ  ମୃତୟନ କରାଯାଇଥିଲା ।