କେନ୍ଦ୍ରୀୟ ପରିଦର୍ଶକଙ୍କ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର ପରିଦର୍ଶନ

ାା ପ୍ରଭାନୁ୍ୟଜ ।ା କୁଆଖିଆ: ରସୁଲପୁର ବ୍ଲକର ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା କଲଣ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିରକୁ ନେସନାଲ୍ କ୍ୱାଲିଟ୍ ଆସେସମେଣ୍ଟ ଟେଷ୍ଟ ନିମନ୍ତେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପରିଦର୍ଶନରେ ଆସି ଫେରି ଯାଇଛନ୍ତି । ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଚାଲୁଥିବା ୨୬ଗୋଟି ଆରୋଗ୍ୟ ମନ୍ଦିର ମଧ୍ୟରୁ ଗତବର୍ଷ ବାହାଦଲାପୁର ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିରକୁ ନେସନାଲ୍ କ୍ୱାଲିଟ୍ ଆସେସମେଣ୍ଟ ସାର୍ଟିଫିକେଟ ହାସଲ କରିଥିବା ବେଳେ ଏବେ କଲଣ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର ଉକ୍ତ ସାର୍ଟିଫିକେଟ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଜଣାପଡିଛି । ଆରୋଗ୍ୟ ମନ୍ଦିରର ପରିବେଶ ଏବଂ ସ୍ୱାସ୍ଥ୍ୟସେବା ସମ୍ପର୍କରେ ପର୍ଯ୍ୟବେକ୍ଷକ ମାନେ ପରିଦର୍ଶନ କରିବା ସହିତ ସାଧାରଣ ଲୋକଙ୍କ ମତାମତକୁ ଗ୍ରହଣ କରି ସନ୍ତୋଷ ପ୍ରକାଶ କରିଥିଲେ । ପରିଦର୍ଶନରେ ପର୍ଯ୍ୟବେକ୍ଷକ ଭାବରେ ଡାକ୍ତର ନାଗଲକ୍ଷ୍ମୀ ଟୁଲିମେଲି, ଡାକ୍ତର ନିଲଂଜନ ବଙ୍ଗୋପଧ୍ୟାୟ, ଜିଲା କ୍ୱାଲିଟ୍ ମ୍ୟାନେଜର ଡାକ୍ତର ଲୋପାମୁଦ୍ରା ଦାଶ ମହାପାତ୍ର, ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିସôାଧିକାରୀ ଡାକ୍ତର ରଶ୍ମିରଞ୍ଜନ ପଶାୟତ, ଆୟୁଷ୍ ଡାକ୍ତର ବସନ୍ତ କୁମାର ପଣ୍ଡା , ବିପିଏମ୍ ଜ୍ୟୋସ୍ନାରାଣୀ ସାହୁ, ବାମ୍ ମଧୁସୂଦନ ଦାଶ, ବିଡିଏମ୍ ଯାଜ୍ଞସେନୀ ମୁଦୁଲି, ପିଏଚ୍ଇଓ ସରୋଜିନୀ ମହାନ୍ତି ଏବଂ ସିଂହାପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜ୍ୟୋତିପ୍ରକାଶ ପଣ୍ଡା ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ କଲଣ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିରର ସିଏଚ୍ଓ ସୁନିତା ସିଂ ଏବଂ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଏବଂ ଆଶା କର୍ମୀ ଉପସ୍ଥିତ ରହି କେନ୍ଦ୍ର ପରିଦର୍ଶନରେ ସହଯୋଗ କରିଥିଲେ ।