ଥାନାଧିକାରୀଙ୍କୁ ଭେଟିଲେ ପଞ୍ଚାୟତ ବାସୀ

 ଜଟଣୀ: ଜଟଣୀ ଥାନାରେ ନୂଆ ଅଧିକାରୀ ଭାବେ ଷ୍ଟାଲିନ ବିଶ୍ୱାଳ ଯୋଗ ଦେବାପରେ ତାଙ୍କୁ ବିଭିନ୍ନ ସଂଗଠନ ଓବ୍ୟକ୍ତିବିଶେଷଙ୍କ ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଉଛି  । ଏହି ଆଧାରରେ ଏହି ଥାନା ଅନ୍ତର୍ଗତ ତରାବୋଇ ପଞ୍ଚାୟତର ଯୁବ ସଂଗଠକ ମହମ୍ମଦ ଗଫୁର, ସୁନୀଲ କୁମାର ରାଉତରାୟ, ସିରାଜ ମହମ୍ମଦଙ୍କ ସମେତ ବହୁ ଯୁବ ନେତୃବୃନ୍ଦମାନେ ଶ୍ରୀ ବିଶ୍ୱାଳଙ୍କୁ ଭେଟି ପଞ୍ଚାୟତ ଏରିଆର ଆଇନଶୃଙ୍ଖଳା ବିହୀତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ  ।