ଉପରବସ୍ତ ସରକାରୀ ୟୁପି ସ୍କୁଲର ବାର୍ଷିକୋତ୍ସବ

 ଜଟଣୀ: ସ୍ଥାନୀୟ ଉପରବସ୍ତ ଗ୍ରାମ ରେ ଅବସ୍ଥିତ ସରକାରୀ ଉପ୍ରା ସ୍କୁଲର ସାରସ୍ୱତ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉସôବରେ ମୁଖ୍ୟଅତିଥି ବ୍ଲକ୍ ଶିକ୍ଷା ଅଧିକାରିଣୀ ରଶ୍ମିବାଳା ପରିଡା, ସମ୍ମାନିତଅତିଥି ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବେହେରା, ପ୍ରମିଳା ସାହୁ, ସବିତା ପାଣିଗ୍ରାହୀ, ସିଆରସିସି ଚିତ୍ତ ରଞ୍ଜନ ମହାପାତ୍ର, ମୁଖ୍ୟବକ୍ତା ଦିବାକର ମଙ୍ଗରାଜ ପ୍ରମୁଖ ଯୋଗ ଦେଇଥିଲେ । ସ୍କୁଲ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସ୍ୱପ୍ନା ରାଣୀ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ । ୨୧୫ ଜଣ ଛାତ୍ରଛାତ୍ରୀ ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ କମିଟିର ସଦସ୍ୟଙ୍କୁ ନେଇ ଶିକ୍ଷଣିୟ ସ୍ଥାନଟି ଶିକ୍ଷାଦାନ କ୍ଷେତ୍ରରେ ଗୌରବର କୀର୍ତ୍ତି ସ୍ଥାପନ କରିଛି । ଏହି ଉତ୍ସବରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବିଭାଗର କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଖେଳ ଶିକ୍ଷକ ପ୍ରେମାନନ୍ଦ ବରାଳ, ସ୍ୱପ୍ନାରାଣୀ ବେହେରା, ଗଗନ ବିହାରୀ ପାଣିଗ୍ରାହୀ, ମାଳତୀ ହାଁସଦା, ପୁଷ୍ପାଞ୍ଜଳି ସାହୁ, ବିରେନ ରଞ୍ଜନ ପାତ୍ର, ସରୋଜ ଲାକ୍ରା, ଶାଳିନୀ ପ୍ରଧାନ, ଶ୍ରୀୟା ଶ୍ରୀମଣୀ ପରିଡା ପ୍ରମ୍ମୁଖ ସହଯୋଗ କରିଥଲେ ।