ନକଲି ଆଇଡିରେ ଠକିବାକୁ ଉଦ୍ୟମ
କାକଟପୁର : ପୁରୀଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ ଆଜି ଏକ ଘଟଣା ପୂରା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଜଣେ ଦକ୍ଷ ସଚ୍ଚୋଟ ବରିଷ୍ଠ ପୋଲିସ ଅଧିକାରୀଙ୍କ ଫଟୋ ଆଉ ନା କୁ ନେଇ ଫେକ୍ ଆଇଡି ବନାଇ ସାଇବର ଅପରାଧୀ କିଛି ସାଧାରଣ ଲୋକଙ୍କୁ ଠକିବାକୁ କରିଛନ୍ତି ଉଦ୍ୟମ, କାକଟପୁର ଥାନାର ପୂର୍ବତନ ଅଧିକାରୀ ରବି ନାରାୟଣ ଭଞ୍ଜ ଯିଏକି ବର୍ତ୍ତମାନ ପୁରୀ ଜିଲ୍ଲା ସଦର ଡିଏସପି ଅଛନ୍ତି ତାଙ୍କ ନାମରେ ଫେସବୁକ ମେସେଞ୍ଜରରୁ ଅସ୍ତରଙ୍ଗ ଅଞ୍ଚଳର ଜଣେ ଶିକ୍ଷକ ପ୍ରକାଶ ଚନ୍ଦ୍ର ବେହେରା (ବାବୁଲି ବେହେରା)ଙ୍କୁ ଇଂରାଜୀ ଭାଷାରେ କିଛି ମେସେଜ ଆସିଲା, ମେସେଜ ଡିପିରେ ରବିନାରାୟଣ ଭଞ୍ଜଙ୍କ ଫଟୋ ରହିଛି ଓ ତାଙ୍କ ନାମରେ ମଧ୍ୟ ଆଇଡି, ସେଥିରେ ପ୍ରକାଶ ବେହେରାଙ୍କ ଫୋନ ନମ୍ବର ମଗାଗଲା ଆଉ କୁହାଗଲା ଯେ "ମୋର ଜଣେ ବନ୍ଧୁ ସିଆରପିଏଫ ଯବାନଙ୍କର ବଦଳି ହୋଇଛି ତାଙ୍କ ଫର୍ନିଚର ସାମଗ୍ରୀ ସେ କମ ପଇସାରେ ତମକୁ ଦେଇଦେବେ ଆଉ ସେ ତୁମକୁ କଲ କରିବା ସହ ହ୍ୱାଟ୍ସଅପରେ ସାମଗ୍ରୀ ଫଟୋ ଦେବେ, କିଛି ସମୟ ପରେ ଶ୍ରୀଯୁକ୍ତ ବେହେରାଙ୍କୁ' ୯୫୩୨୬୦୧୧୦୪'ନମ୍ବର ରୁ ହ୍ୱାଟ୍ସଅପରୁ କଲ୍ ଆସିବା ସହ ଫର୍ନିଚର ସାମଗ୍ରୀ ର ଫୋଟୋ ଛଡାଯାଇଛି ଆଉ ଏହାର ମୂଲ୍ୟ ୬୦ ହଜାର ଟଙ୍କା ବୋଲି କୁହାଯାଇଛି ଆଉ ଏହାକୁ ନେଇଯିବାକୁ ଅନୁରୋଧ କରାଯାଇଛି । ଏହି ଘଟଣା ଘଟିବା ପରେ ଅସ୍ତରଙ୍ଗ କାକଟପୁର ଅଞ୍ଚଳରେ ଏକ ବିସ୍ମୟ ରୂପକ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଘଟଣା କେବଳ ଶିକ୍ଷକ ପ୍ରକାଶ ଚନ୍ଦ୍ର ବେହେରା ନୁହେଁ ବରଂ କାକଟପୁର ଅଞ୍ଚଳର ଜଣେ ଦକ୍ଷ ବରିଷ୍ଠ ସାମ୍ବାଦିକଙ୍କ ସହିତ ମଧ୍ୟ ସମାନ ଧାରାରେ ଘଟିଛି, ଏହିଭଳି ସାଇବର ଲୁଟେରାଙ୍କୁ ତୁରନ୍ତ ଧରି ଏମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଥିବା ବେଳେ ଅନ୍ୟ ପଟେ ବରିଷ୍ଠ ପୋଲିସ ଅଧିକାରୀ ରବି ନାରାୟଣ ଭଞ୍ଜ ଏହାର ତଦନ୍ତ କରି ତୁରନ୍ତ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ମତାମତ ଦେଇଛନ୍ତି ।