ଦଧିବାମନଜିଉଙ୍କ ରଥଯାତ୍ରା ସମୀକ୍ଷା ବୈଠକ 

ଚମ୍ପୁଆ : ଚମ୍ପୁଆ ଉପଜିଲାପାଳ କାର୍ଯ୍ୟାଳୟ ସଭାଗୃହ ଠାରେ ମହାପ୍ରଭୁ ଦଧିବାମନ ଜିଉଙ୍କର ପବିତ୍ର ରଥଯାତ୍ରାର ସମୀକ୍ଷା ବୈଠକ ଉପଜିଲାପାଳ ଉମାକାନ୍ତ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମନ୍ଦିର କମିଟି ବିଭିନ୍ନ ଲାଇନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ । ରଥଯାତ୍ରା ଓ ବାହୁଡା ଯାତ୍ରାର ଆୟ ଓ ବ୍ୟୟର ହିସାବ ହେବା ସହିତ ଆଗାମି ଦିନରେ ବଡଦାଣ୍ଡ ମରାମତି, ମାଉସୀ ମାଁ ଘର ନିର୍ମାଣ, ମନ୍ଦିର ମରାମତି, ମନ୍ଦିର ପରିଶରରେ ବିବାହ, ବ୍ରତ ଆଦି ନିମନ୍ତେ ମଣ୍ଡପ ନିର୍ମାଣ, ମନ୍ଦିର ପରିଶର ଉନ୍ନତି କରଣ, ଅଣସର ଗୃହ ନିର୍ମାଣ ସହିତ ମନ୍ଦିର ପରିଶରରେ ସ୍ୱଉଚ୍ଚ ପାଚେରୀ ନିର୍ମାଣ, ମନ୍ଦିର ପରିଚାଳନା, ଦୈନିକ ମନ୍ଦିରର ନିତିକାନ୍ତି ଆଦି ଉପରେ ଉପସ୍ଥିତ ବ୍ୟକ୍ତି ବିଶେଷ ମାନେ ମତବିନୀମୟ କରିବା ସହିତ ପଳସା ଗ୍ରାମରେ ଦଧିବାମନ ଜିଉଙ୍କର ମାମୁ ଘର ଘୋଷଣା ସହିତ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ଏକ ଗୃହ ନିର୍ମାଣ ପାଇଁ ପ୍ରସ୍ତାବ ପାରିତ ହୋଇଥିଲା । ଅନ୍ୟପକ୍ଷରେ ଚମ୍ପୁଆ ଏକ ଧନି ଉପଖଣ୍ଡ ହୋଇଥିଲେ ମଧ୍ୟ ସେଭଳି ଆଖି ଦୁର୍ଶିଆ ଉନ୍ନତି ହୋଇପାରି ନଥିବା ବେଳେ ଏଥିପାଇଁ ସ୍ଥାନୀୟ ବୁଦ୍ଧିଜୀବି ସ୍ୱରଉତୋଳନ କରିବା ସହିତ ନିସ୍ୱାର୍ଥ ଭାବରେ ମନ୍ଦିର ଉନ୍ନତି ପାଇଁ ସହଯୋଗର ହାତ ବଢାଇବାକୁ ଉପଜିଲାପାଳ ଆହ୍ୱାନ ଦେଇଥିଲେ ।