ଶ୍ରାବଣ ଦ୍ୱିତୀୟ ସୋମବାର : ଶୈବ ପୀଠରେ କାଉଡିଆଙ୍କ ଭିଡ
ବୁଗୁଡ଼ା : ସ୍ଥାନୀୟ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଦିନ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଛି । ଚଳିତ ବର୍ଷ ଦଳ ଦଳ କାଉଡିଆ ବୋଲବମ୍ ଡାକ ଦେଇ ବୁଦ୍ଧଖୋଲ ଶୈବପୀଠ ଅଭିମୁଖେ ପଦଯାତ୍ରା କରୁଛନ୍ତି । ବୁଗୁଡା ଅଞ୍ଚଳର ଶହ ଶହ କାଉଡିଆ ଋଷିକୂଲ୍ୟା-ବଡନଦୀର ସଙ୍ଗମ ସ୍ଥଳରେ ପୁରୋହିତମାନଙ୍କ ଦ୍ୱାରା ପବିତ୍ର ଜଳକୁ ଅଭିଷେକ ଆଦି ପୂଜାପାଠ ପୂର୍ବକ ମାନସିକ ବ୍ରତ ଧାରଣ କରି ଜଳ ଭାର ଘେନି ବାଟ ସାରା ହରହର ବମ୍ , ବୋଲ୍ ବମ୍ ଆଦି ଉଚ୍ଚାରଣ କରି ବୁଦ୍ଧଖୋଲରେ ପହଞ୍ଚô ସେଠାକାର ପଞ୍ଚଶମ୍ଭୁଙ୍କ ଠାରେ ଜଳାଭିଷେକ କରିଛନ୍ତି । ଅନ୍ୟପକ୍ଷରେ ସ୍ଥାନୀୟ କୁବେରେଶ୍ୱର ପୀଠରେ ମଧ୍ୟ ଶହ ଶହ କାଉଡିଆ ପହଞ୍ଚô ମହାଦେବଙ୍କ ଠାରେ ଜଳାଭିଷେକ କରିଛନ୍ତି ।