ଦଲାଲ କବଳରୁ ମୁକୁଳିଲା ଜମି
ଝାରସୁଗୁଡା : ଝାରସୁଗୁଡା ସହର ସ୍ଥିତ ସଦର ଥାନା ଅନ୍ତର୍ଗତ ବିଟିଏମ ଛକ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଲାଗି ରହିଥିବା ଏକ ସରକାରୀ ଜମିରେ ୩୦ ଫୁଟର ରାସ୍ତା ନକ୍ସାରେ ଦର୍ଶାଇ ଜମି ଦଲାଲ ମାନେ ପ୍ଳଟିଙ୍ଗ କରି ଜମି ବିକ୍ରି କରିବା ପାଇଁ ପ୍ରୟାସ କରିଥିବା ଘଟଣା ପ୍ରଥମେ ସୂର୍ଯ୍ୟପ୍ରଭା ରେ ପ୍ରକାଶ ପାଇଥିଲା । ଏହାକୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ ଝାରସୁଗୁଡା ତହସିଲଦାରଙ୍କୁ ଏହି ଘଟଣାର ତଦନ୍ତ ପାଇଁ ର୍ନିେଶ ଦିଆଯାଇଥିବା ବେଳେ ତହସିଲଦାର ସଦାକର କୁମ୍ଭାର ଏବଂ ରାଜସ୍ୱ ନିରୀକ୍ଷକଙ୍କ ସହ ଘଟଣା ସ୍ଥଳକୁ ଯାଇ ସ୍ଥିତି ଯାଞ୍ଚ କରିବା ସହିତ ତଦନ୍ତ କରିଥିଲେ । ଗତ ୨୯ ତାରିଖରେ ଏହି ଘଟଣାରେ ପବନ ସାହା ନାମକ ବ୍ୟକ୍ତିଙ୍କୁ ଜିଲ୍ଲା ତହସିଲ ଅଫିସରେ ଆସି ନିଜ ଯୁକ୍ତି ରଖିବା ପାଇଁ ନୋଟିସ କରାଯାଇଥିଲା । ପବନ ସାହା ତହସିଲ ଅଫିସ ଆସି ନିଜର ପକ୍ଷ ରଖିଥିଲେ ।
ସୂଚନା ଅନୁଯାୟୀ ବିଟିଏମ ଅଞ୍ଚଳରେ ସର୍ବସାଧାରଣଙ୍କ ପାଇଁ ଥିବା ରକ୍ଷିତ ତଥା ଆଶା କିସମ, ଯାହାର ଏରିଆ ୮୨ ଡେସିମିଲ, ଖାତା ନମ୍ବର ୧୦୬୮, ପ୍ଲଟ ନମ୍ବର ୩୨୨/୪୪୪୪ ସରକାରୀ ଜମି ରହିଅଛି ଉକ୍ତ ଜମିୟରେ ୩୦ ଫୁଟର ରାସ୍ତା ବନାଇ ଦଲାଲ ମାନେ ନିଜେ ପ୍ଳଟିଙ୍ଗ କରି ଜମି ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ଏପରିକି ଉକ୍ତ ରାସ୍ତା ରେ ବିଦୁ୍ୟତ ବିଭାଗର ବିନା ଜ୍ଞାତ ସାର ରେ ବିଦୁ୍ୟତ ଖୁଣ୍ଟ ମଧ୍ୟ ପୋତି ଦେଇଥିଲେ । କିନ୍ତୁ ଏହି ୮୨ ଡେସିମିଲ ଜମି ରକ୍ଷିତ ତଥା ଆଶା କିସମର ହୋଇଥିବାରୁ ଏହା ଭୂମିହୀନ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ରହିଅଛି । ତଦନ୍ତ ପରେ ତହସିଲଦାର କୁମ୍ଭାର ନିଜେ ହସ୍ତକ୍ଷେପ କରି ଦଲାଲ ମାନେ ସରକାରୀ ଜମି ଉପରେ ତିଆରି କରିଥିବା ୩୦ ଫୁଟ ର ରାସ୍ତା ସହିତ, ପୋତା ଯାଇଥିବା ବିଦୁ୍ୟତ ଖୁଣ୍ଟକୁ ଜେସିବି ସହାୟତା ରେ ଗତ ଶୁକ୍ରବାର ଦିନ ଭାଙ୍ଗି ଦେଇ ସରକାରୀ ଜାଗା ର ଚିÿହ୍ନଟ କରିବା ସହିତ ଉକ୍ତ ୮୨ ଡେସିମିଲ ଜମିକୁ ଦଲାଲଙ୍କ କବଳରୁ ମୁକ୍ତ କରିଛନ୍ତି । ଏହା ସହିତ କୁମ୍ଭାର କହିଛନ୍ତି ଯେ ଆମେ ଏହି ଜମିରେ ବାଡ଼ ଦେଇ ଜମିଟିକୁ ସୁରକ୍ଷା କରିବା ସହ ଝାରସୁଗୁଡା ତହସିଲରେ ଏହିପରି ସରକାରୀ ଜମି ଉପରେ କବଜା କରିଥିବା ବିଷୟରେ ଅନୁସନ୍ଧାନ କରି ଯେତେବି ସରକାରୀ ଜମି ରହିଛି ତାକୁ ଚିହ୍ନଟ କରି ସରକାରୀ ଖାତାକୁ ଅଣାଯିବ । ଏଥିସହ ଯେଉଁମାନେ ବେଆଇନ ଭାବେ ସରକାରୀ ଜମି ମାଡିବସିଛନ୍ତି ସେମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଝାରସୁଗୁଡା ଜନସାଧାରଣଙ୍କ ଦାବି ଅନୁସାରେ ଜିଲ୍ଲା ବହୁତ ବଡ଼ ବଡ଼ ଲୋକ ମାନେ ଶହ ଶହ ସରକାରୀ ଜମିକୁ ନିଜ କବଳରେ ରଖିଛନ୍ତି ତଦନ୍ତ ହେଲେ ଏହାର ଖୁଲାସା ହେବା ସହ ସରକାରଙ୍କ ଖାତାକୁ ଉକ୍ତ ଜମି ଫେରିଆସି ଜନ ମଙ୍ଗଳକାରୀ କାର୍ଯ୍ୟ ରେ ଉପଯୋଗ ହୋଇପାରିବ ।