ଉଦ୍ୟାନ କୃଷିରେ ତାଲିମ

କେନ୍ଦୁଝର: କୃଷି ବିଜ୍ଞାନ କେନ୍ଦ୍ର କେନ୍ଦୁଝର ଏବଂ ଚେସ୍, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଅନୁସୂଚିତ ଜନଜାତିଙ୍କ ଦକ୍ଷତା ବୃଦ୍ଧି ପାଇଁ ଉଦ୍ୟାନ କୃଷିରେ ତାଲିମ ଏବଂ ଫଳ ଚାରା ବଣ୍ଟନ କାର୍ଯ୍ୟକ୍ରମ ହୋଇଛି । ଉକ୍ତ ତାଲିମ୍ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୨୦ରୁ ଊର୍ଦ୍ଧ୍ୱ ଚାଷୀ ଏବଂ କୃଷି ଅଧିକାରୀ ଯୋଗଦେଇ ତାଲିମ୍ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏହି ଅବସରରେ ଚାଷୀମାନଙ୍କୁ ଫଳ ଚାରା ବଣ୍ଟନ କରାଯାଇ ଉଦ୍ୟାନ କୃଷି ପ୍ରତି ଆକୃଷ୍ଟ ହେବା ପାଇଁ ପ୍ରୋସôାହିତ କରାଯାଇଥିଲା । ଚେସର ପ୍ରଧାନ ବୈଜ୍ଞାନିକ ଡ. ପି. ଶ୍ରୀନିବାସ ତାଲିମ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ଚାଷୀମାନଙ୍କୁ ତାଲିମ୍ ଦେଇ ଉସôାହିତ କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡଃ ସୁକାନ୍ତ କୁମାର ସାହୁ, ଆଞ୍ଚଳିକ ଗବେଷଣା କେନ୍ଦ୍ରର ମୁଖ୍ୟ ଡ. କିଶୋର ଚନ୍ଦ୍ର ସାହୁ, ଉପ ଉଦ୍ୟାନ କୃଷି ଅଧକାରୀ ସୌମେନ୍ଦ୍ର ପାଣିଗ୍ରାହୀ ଓ ଜିଲ୍ଲା କୃଷି ଅଧିକାରୀ ବିଶ୍ୱଜୟୀ ମିଶ୍ର ଚାଷୀଙ୍କୁ ତାଲିମ ପ୍ରଦାନ କରି ଜିଲ୍ଲାରେ ଫଳ ଚାଷକୁ ଗୁରୁତ୍ୱ ଦେବାକୁ ପ୍ରସ୍ତାବ ରଖିଥିଲେ ।