ପାଲା ସମ୍ପର୍କିତ ଆଲୋଚନାଚକ୍ର 

 ନୂଆପଡା :  ନୂଆପଡ଼ା ଜିଲ୍ଲାସ୍ତରୀୟ ପାଲା ସମ୍ମିଳନୀରେ ପାଲାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ପାଲା ଗାୟକ ତ୍ରିମନ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ  ଖଡ଼ିଆଳ ମହା ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ତର ଫଣିନ୍ଦମ୍ ସିଂ ଦେଓ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ସାମୁଏଲ୍ ଦାନୀ, ସାହିତ୍ୟିକ ଡ. ସୁଶାନ୍ତ କୁମାର ବିଶି, ବରିଷ୍ଠ ସାମ୍ବାଦିକ ମାୟାଧର ସରାଫ ଯୋଗ ଦେଇ ପାଲାର ଆରମ୍ଭ ଓ କ୍ରମ ବିକାଶ ଉପରେ ଆଲୋଚନା କରିଥିଲେ । ଜିଲ୍ଲାର ବରିଷ୍ଠ ପାଲା ଗାୟକମାନଙ୍କୁ ପଦ୍ମଶ୍ରୀ ଓ ଡକ୍ଟରେଟ ଉପାଧି ପ୍ରଦାନ ପାଇଁ ସରକାର ପଦକ୍ଷେପ ନେବାକୁ ସମସ୍ତେ ଦାବି କରିଥିଲେ । ଗାୟକ ଡୋଳାମଣି ଦଣ୍ଡସେନା ସ୍ୱାଗତ ସମ୍ଭାଷଣ କରିଥିବା ବେଳେ ଦୀନବନ୍ଧୁ ଛତ୍ରିଆ ଧନ୍ୟବାଦ୍ ଅର୍ପଣ କରିଥିଲେ ।