ପୋଖରୀରେ ବୁଡ଼ି ୨ ନାବାଳକଙ୍କ ଜୀବନ ଗଲା

ବାସୁଦେବପୁର : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧିନସ୍ଥ ଗୁଆଗାଁରେ ପୋଖରୀରେ ବୁଡ଼ି ଦୁଇ ନାବାଳକଙ୍କ ଜୀବନ ଯାଇଛି। ସେମାନେ ହେଲେ ଜ୍ୟୋତିର୍ମୟ ବେହେରା(୧୪) ଓ ରାଜେନ୍ଦ୍ର ବେହେରା(୧୬) ରବିବାର ପୂର୍ବାହ୍ନରେ ସାଙ୍ଗମାନଙ୍କ ସହ ପୋଖରୀକୁ ଗାଧୋଇବା ପାଇଁ ଯାଇ ୨ ଜଣ ବୁଡ଼ି ଯାଇଛନ୍ତି। ଖବର ପାଇ ବାସୁଦେବପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ଦୁହିଁଙ୍କୁ ଉଦ୍ଧାର କରି ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।