ଦିଗହରା ଜୟପୁର ପୌରାଞ୍ଚଳ
ଜୟପୁର: ଅଲଡ଼ା ହେଲାଣି ଜୟପୁର ପୌରପାଳିକାର କାର୍ଯ୍ୟନିତି କୌଣସି କାର୍ଯ୍ୟ ସଠିକ ଢଙ୍ଗରେ କାର୍ଯ୍ୟକାରୀ ନହେବା ହେତୁ ପ୍ରଶ୍ନବାଚୀ ଉଠିଲାଣି ଦାଇତ୍ୱରେ ରିହିଥିବା ପୌର ଅଧିକାରୀଙ୍କ ପ୍ରତି । ଏଠି ସମସ୍ୟା ମାଳ ମାଳ କାମ ଦୁର୍ବଳ ନୀତି ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଜୟପୁର ପୌର ପରିଷଦ ଦାୟିତ୍ୱରେ ଥିବା ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟ ତପ୍ତରତା ପ୍ରତି ପ୍ରଶ୍ନ ଉଠିଲାଣି । ପୂର୍ବ କାର୍ଯ୍ୟନିର୍ବାହୀ ଅଧିକାରୀ ଜଣେ ଦକ୍ଷ ଅଧିକାରୀ ଭାବେ ନିଜର କର୍ମ ତପ୍ତରତା ଦେଖାଇ ଜୟପୁର ପୌର ପରିଷଦର ଅନେକଗୁଡ଼ିଏ ବିକାଶ ମୂଳକ କାର୍ଯ୍ୟ ହାତକୁ ନେଇଥିବାରୁ ଜୟପୁରର ବହୁତ ବିକାଶ ହୋଇଛି । ବର୍ତ୍ତମାନ ସମୟରେ ଜୟପୁରର ବିକାଶ କାର୍ଯ୍ୟ ନୀତିରେ ପରିବର୍ତ୍ତନ ହୋଇଯାଇଛି । ସହର ସାରା ଅଳିଆ ଗଦାକୁ, ଧୁଳି ଦୂଷିତ ହୋଇ ସର୍ବ ସାଧାରଣଙ୍କ ଘରଦ୍ୱାରରେ ପଶିବା ହେତୁ ଜନତା ହନ୍ତସନ୍ତ ହେଲେଣି । ଏପରି ସ୍ଥିତିରେ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛତା ଅଭିଯାନ ଜୟପୂର ପୌରପାଳିକାରେ ଠପ୍ ହେଲାଭଳି ଲାଗୁଛି । ଜୟପୁର ସର୍ବ ସାଧାରଣଙ୍କ ଆଶା ଥିଲା ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଦାୟିତ୍ୱ ନେଲାପରେ ସହରର ସ୍ୱଚ୍ଛତା ସହ ବିଭିନ୍ନ କ୍ଷେତ୍ରରେ ବିକାଶ ହେବ । କିନ୍ତୁ ଗତ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟ ଶୈଳୀ ଏବଂ ବର୍ତ୍ତମାନ ଦାୟିତ୍ୱରେ ଥିବା ଅଧିକାରୀଙ୍କ ମଧ୍ୟରେ ସମ୍ପୂର୍ଣ ଭିନ୍ନତା ଦେଖାଯାଇଛି । ଜଣେ ଅଧିକାରୀ ଚାରୋଟି କାର୍ଯ୍ୟାଳୟ ର ଦାୟିତ୍ୱରେ ରହିଥିବା ହେତୁ କୌଣସି କାର୍ଯ୍ୟ ସଠିକ୍ ହେଉନଥିବା ଅନୁଭବ କରୁଛନ୍ତି ଜୟପୁର ପୌରାଞ୍ଚଳବାସୀ । ସହରର ବିକାଶ ଏବଂ ସ୍ୱଚ୍ଛତାକୁ ନେଇ ଖବରକାଗଜରେ ବାରମ୍ବାର ଖବର ପ୍ରସାରଣ ପରେ ମଧ୍ୟ ଚୁପ୍ ରହିଛି ଜୟପୂର ପୈାର ପ୍ରଶାସନ । ଏଭଳି ସ୍ଥିତିର ଯେଉଁ ଠିକାଦାରଙ୍କୁ ସ୍ୱଚ୍ଛତାର ଦାୟିତ୍ୱ ଦିଆଯାଇଛି ଉକ୍ତ ସଂସ୍ଥାରେ ନିୟୋଜିତ ଥିବା ସ୍ୱଚ୍ଛତାକର୍ମି ମାନେ ଦିନେ ଆସିଲେ ଦୁଇ ଦିନ ପଡିଆ ରହୁଥିବା ଦେଖାଯାଇଛି । କେନ୍ଦ୍ର ସରକାରଙ୍କ ସ୍ୱଚ୍ଛତା ଅଭିଯାନ ଜରିଆରେ ଜୟପୁର ପୌରପାଳିକାକୁ ସ୍ୱଚ୍ଛତା ରଖିବା ପାଇଁଁ କୋଟି କୋଟି ଟଙ୍କାର ଅର୍ଥ ଯୋଗାଇଦେଉଛନ୍ତି । କିନ୍ତୁ ଏଠି ଫଳ ଶୂନ ହେବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଜୟପୂର ପୌର ପ୍ରଶାସନ ସରକାରଙ୍କ ଅର୍ଥକୁ ହରି ଲୁଟ୍ କରି ଖାଉଥିବା କହିଛନ୍ତି ଜୟପୁର ସର୍ବ ସାଧାରଣ । ଦରକାର ପଢ଼ିଲେ ଆସନ୍ତା ଦିନରେ ସରକାରଙ୍କ ଅର୍ଥର ସମ୍ପୂର୍ଣ୍ଣ ହିସାବ ମଗାଯିବ ବୋଲି କହିଛନ୍ତି ପୌରାଞ୍ଚଳବାସୀ । ତେବେ ଏହି ଖବର ପ୍ରସାରିତ ହେବା ପରେ ଆଗକୁ ଜୟପୁର ପୌର ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା ।