୫୫ ବର୍ଷ ପରେ ସ୍ମୃତି ସାଉଁଟିଲେ ଦାଖା ହାଇସ୍କୁଲ ୧୯୭୦ ବ୍ୟାଚ
ଭୁବନେଶ୍ୱର : ଦୀର୍ଘ ୫୫ ବର୍ଷ ପରେ ଦାଖା ହାଇସ୍କୁଲ ଚାନ୍ଦବାଲିରେ ୧୯୭୦ ବ୍ୟାଚ୍ର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଥିଲା । ପିଲା ଦିନର ସ୍ମୃତି ପାଖୁଡା ସାଉଁଟି ସମସ୍ତ ୭୦ ବର୍ଷରୁ ଉର୍ଦ୍ଧ୍ୱ ବିଦ୍ୟାଳୟରେ ଆହେ ଦୟାମୟ ବିଶ୍ୱ ବିହାରୀ ପ୍ରାର୍ଥନା ଗାଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ସେହି ବିଦ୍ୟାଳୟର ତକôାଳୀନ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ୱର୍ଗତ ରବି ନାରାୟଣ ଜେନାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଦେଇ ଦିବଂଗତ ଶିକ୍ଷକ ଓ ସହପାଠୀ ବନ୍ଧୁ ମାନଙ୍କ ଉଦେ୍ଦଶ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ପରେ ବିଗତ ଦିନର ଶିକ୍ଷକ ଭଗବାନ ବେହେରାଙ୍କୁ ଅଙ୍ଗ ବସ୍ତ୍ର ଦେଇ ସମ୍ମାନିତ କରାଯାଇଥିଲା । ପରେ ସେହି ବିଦ୍ୟାଳୟର ଛାତ୍ର ସୁବାସ ଦାଶ ତାଙ୍କର ସୁନା ଚଢେଇ ରୁପା ଚଢେଇ ଗୀତ ଏବଂ ରାମ ସାହୁ ଦ୍ୱାରା ଅତୀତ ଏମିତି ଏକ ଫୁଲଟିଏ ଗୀତ ସହିତ ହସ ଖୁସି ମଧ୍ୟରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା । କିଛି ଆନନ୍ଦ ଓ କିଛି ଦୁଃଖ ନେଇ ଅତୀତକୁ ମନେ ପକାଇ ଘରକୁ ଫେରିଥିଲେ ସବୁ ବନ୍ଧୁ ।