କର୍ଣ୍ଣାଟକ ଡିଜିପି ର୍ୟାଙ୍କ ଅଧିକାରୀଙ୍କ ଭିଡିଓ ଭାଇରାଲ ହେବା ପରେ ନିଲମ୍ବିତ
ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ବେଙ୍ଗାଲୁରୁ : କର୍ଣ୍ଣାଟକ ପୁଲିସର ଜଣେ ଡିଜିପି ର୍ୟାଙ୍କ ଅଧିକାରୀଙ୍କ ଏକ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ କର୍ଣ୍ଣାଟକରେ ହଇଚଇ ସୃଷ୍ଟି ହୋଇଛି । ସିଏ ହେଉଛନ୍ତି କର୍ଣ୍ଣାଟକ ପୁଲିସର ଡିଜିପି ର୍ୟାଙ୍କ ଆଇପିଏସ୍ ଅଧିକାରୀ କେ ରାମଚନ୍ଦ୍ର ରାଓ । ଆଉ ସିଏ ବି ସୁନା ଚୋରା ଚାଲାଣ ଅଭିଯୁକ୍ତ ଅଭିନେତ୍ରୀ ରାଣ୍ୟା ରାଓଙ୍କ ପିତା । ଏନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଭାଇରାଲ ହୋଇଥିବା ଫୁଟେଜରେ ରାଓ ଅଫିସ ସମୟରେ ୟୁନିଫର୍ମ ପିନ୍ଧି ବିଭିନ୍ନ ମହିଳାଙ୍କୁ ଆଲିଙ୍ଗନ ଓ ଚୁମ୍ବନ କରୁଥିବାର ଦେଖାଯାଇଛି । ଭିଜୁଆଲ୍ ଡିଜିପିଙ୍କ ଅଫିସ ଭିତରେ ଗୁପ୍ତ ଭାବରେ ରେକର୍ଡ ହୋଇଥିବା ପରି ମନେ ହେଉଛି । ବିଭିନ୍ନ ସମୟରେ ମହିଳାମାନେ ବିଭିନ୍ନ ପୋଷାକରେ ଗସ୍ତ କରୁଥିବା ଦେଖାଯାଉଛି, ସରକାରୀ କାମ ଚାଲିଥିବା ସମୟରେ ରାଓ ସେମାନଙ୍କ ସହିତ ଘନିଷ୍ଠ ଭାବରେ କଥାବାର୍ତ୍ତା କରୁଛନ୍ତି । ରାଓ କିନ୍ତୁ ଅଭିଯୋଗଗୁଡ଼ିକୁ ଅସ୍ୱୀକାର କରିଛନ୍ତି । ଭିଡିଓଟିକୁ ମନଗଢା ପ୍ରସ୍ତୁତ କରାଯାଇଛି ଓ ଏହା ମିଛ ବୋଲି ସେ କହି କହିଛନ୍ତି । ଲୋକମାନେ ମୋତେ ଟାର୍ଗେଟ କରୁଛନ୍ତି । ଏନେଇ କୌଣସି ଅଭିଯୋଗ ନଥିଲେ ମଧ୍ୟ ଡ୍ୟୁଟି ସମୟରେ ସରକାରୀ କାର୍ଯ୍ୟାଳୟ ଭିତରେ ଏପରି ଘଟଣାକୁ ନେଇ ତୀବ୍ର ସମାଲୋଚନାର ଶିକାର ହୋଇଛି । ଏବେ ଏହି ବିବାଦ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ପାଖରେ ପହଞ୍ଚିଛି । ଯିଏ ଭିଡିଓ ପ୍ରସାରଣ ପରେ ସମ୍ପୃକ୍ତ ବିଭାଗରୁ ଏକ ସୂଚନା ନେଇଛନ୍ତି । ସୂତ୍ର ଅନୁଯାୟୀ ମୁଖ୍ୟମନ୍ତ୍ରୀ ଫୁଟେଜ୍ ଦେଖିବା ପରେ କ୍ରୋଧିତ ହୋଇଥିଲେ ଓ ପୁଲିସ ପ୍ରତିଷ୍ଠାନ ଭିତରେ ଏପରି ଘଟଣା କିପରି ଘଟିପାରେ ସେ ବିଷୟରେ ବିବରଣୀ ମାଗିଛନ୍ତି । ଆମେ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । କେହି ଯେତେ ଉଚ୍ଚ ହେଉନା କାହିଁକି, ଆମେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ; କେହି ଆଇନର ଊର୍ଦ୍ଧ୍ୱରେ ନୁହଁନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Samir Kumar Rout