କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ
କେନ୍ଦ୍ରାପଡା : ଆଜି କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ହୋଇଥିବା ଶୀତଳ ଭଣ୍ଡାର ଲୋକାର୍ପଣ କରାଯାଇଛି । ବିଜେପି ରାଷ୍ଟ୍ରିୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଏହାକୁ ଲୋକାର୍ପଣ କରିଛନ୍ତି । ଏହି ଶୀତଳ ଭଣ୍ଡାର୧ କୋଟି ୮୦ ଲକ୍ଷ ବ୍ୟୟ ଅଟକଳରେ ନିର୍ମାଣ କରାଯାଇଛି । ଏହା ପ୍ରାୟ ୫ ଶହ ମାଟ୍ରିକ ଟନ କ୍ଷମତା ବିଶିିଷ୍ଟ । ଶୀତଳ ଭଣ୍ଡାର ଦ୍ୱାରା ୯ଟି ବ୍ଲକ ଏବଂ ଦୁଇଟି ମ୍ୟୁନିସିପାଲିଟ ଚାଷୀମାନେ ଉପକୃତ ହେବେ । ଚାଷୀମାନେ ଉତ୍ପାଦିତ କରିଥିବା ପନିପରିବା ଗୁଡିକୁ ଏଠାରେ ସଂରକ୍ଷିତ କରି ରଖିପାରିବେ । ଯାହାଦ୍ୱାରା ପନିପରିବା ଆଉ ନଷ୍ଟ ହେବ ନାହିଁ । ଅଧିକ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ହୋଇ ରହିପାରିବ । ଚାଷୀମାନେ ଅଭାବୀ ବିକ୍ରିର ଶିକାର ହେବେନି ।