ଦୁଇ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ

 ମାଲକାନଗିରି :  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଦୁଇଜଣଙ୍କୁ ହତ୍ୟା କଲେ ମାଓବାଦୀ । ଦିନକୁ ଦିନ ଭାଙ୍ଗିବାରେ ଲାଗିଥିବା ମାଓ ସଂଗଠନ ବର୍ତ୍ତମାନ ନିଜର ସ୍ଥିତି ଜାହିର କରିବା ପାଇଁ ରକ୍ତମୁଖା ହୋଇଥିବାବେଳେ ଗତ କିଛିଦିନ ମଧ୍ୟରେ ମାଓ ସଂଗଠନ ସାଧାରଣ ଲୋକଙ୍କୁ ଟାର୍ଗେଟ କରିବାରେ ଲାଗିଛି । ତେବେ ଆଜି ମଧ୍ୟ ମାଓ ସଂଗଠନ ତୁମୁଳକାଣ୍ଡ ଘଟାଇ ଦୁଇଜଣ ସାଧାରଣ ଲୋକଙ୍କୁ ହତ୍ୟା କରିଛି । ତଥ୍ୟ ଅନୁଯାୟୀ, ବିଜାପୁର ଜିଲ୍ଲାର ଚୁଟୱାଇ ଓ ବଡା ତାରେମ ଗାଁର ଦୁଇଜଣ ଗ୍ରାମବାସୀଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି । କିଛି ସଶସ୍ତ୍ର ମାଓବାଦୀ ଗ୍ରାମକୁ ଆସି ଉଭଯଙ୍କୁ ପୁଲିସ ସୂଚନାଦାତା ବାହାନାରେ ଉଭୟଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ମୃତକଙ୍କ ନାମ କାୱାସି ଜୋଗି ଏବଂ ମଙ୍ଗଳୁ କୁର୍ସମ ବୋଲି ସୂଚନା ମିଳିଛି । ଏହା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚô ତଦନ୍ତ ଆରମ୍ଭ କରିଛି ।