ସୀମାନ୍ତରେ ଯବାନ-ମାଓବାଦୀ ଗୁଳି ବିନିମୟ ୬ ମାଓବାଦୀ ନିହତ, ୨ ଯବାନ ଆହତ
ାା ପ୍ରଭାନୁ୍ୟଜ୍ ।ା ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତର ତେଲେଙ୍ଗାନା ଭଦ୍ରାଦ୍ରିକୋଥାଗୁଡାମ ଜିଲ୍ଲାର ଜାନ୍ଦାଗୁଟା ଜଙ୍ଗଲରେ ଗ୍ରେହାଉଣ୍ଡ ଫୋର୍ସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୬ ମାଓବାଦୀ ନିହତ ୨ଯବାନ ଆହତ । ମିଳିଥିବା ସୂଚନା ଅନୁଯାୟୀ ଓଡିଶା ଓ ଛତିଶଗଡର ସୀମାନ୍ତ ଅଞ୍ଚଳରେ ଛତିଶଗଡ ମାଓ ସଙ୍ଗଠନର ମାଓବାଦୀମାନେ ତେଲେଙ୍ଗାନାକୁ ପଳାୟନ କରୁଥିବା ବେଳେ ଏହି ଖବର ପାଇବା ମାତ୍ରେ ସ୍ଥାନୀୟ ପୁଲିସ ଏବଂ ଗ୍ରେହାଉଣ୍ଡ ଯବାନ ମାଓବାଦୀଙ୍କୁ ଚାରି ଦିଗରୁ ଘେରି ରହିଥିଲେ । ଏପରି ସମୟରେ ଜଙ୍ଗଲ ମଧ୍ୟରେ ଯବାନ ଓ ମାଓବାଦୀଙ୍କ ମୁହାଁମୁହିଁ ହୋଇଥିଲା ଏବଂ ଗୁଳି ବିନିମୟ ମଧ୍ୟ ଆରମ୍ଭ ହୋଇଥିଲା । ଦୀର୍ଘ ସମୟ ଧରି ଜାରି ରହିଥିବା ଏହି ଗୁଳି ବିନିମୟରେ ୬ ମାଓବାଦୀଙ୍କ ମୃତୁ୍ୟ ଘଟିଥିବା ବେଳେ ବହୁ ଅସ୍ତ୍ରଶସ୍ତ୍ର ଜବତ କରିଥିଲେ ଯବାନମାନେ । ତେବେ ଏହାରି ମଧ୍ୟରେ ତେଲେଙ୍ଗାନା ପୁଲିସର ୨ ଯବାନ ମଧ୍ୟ ଆହତ ହୋଇଛନ୍ତି । ଏହି ଗୁଳି ବିନିମୟରେ ନିହତ ମାଓବାଦୀମାନେ ହେଲେ କୁଞ୍ଜା ବିରୟା, ଲଛନ୍ନା, ତୁଳସୀ, ଶୁକ୍ର, ଚାଲୋ, ଦୁର୍ଗେସ ବୋଲି ଜଣାପଡିଛି । ଏମାନେ ଛତିଶଗଡର ଲକ୍ଷ୍ମଣ ଦଲମର ସଦସ୍ୟ ବୋଲି କୁହାଯାଉଛି । ସେହିପରି ଦୁଇଜଣ ଆହତ ଯବାନମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ବୋଲି କୁହାଯାଉଛି । ଆହତ ଯବାନଙ୍କୁ ଚିକିସôା ପାଇଁ ଭଦ୍ରାଚଲମ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅପରେସନ୍ ଏସପି ପଙ୍କଜ ପରିତୋଶ କହିଛନ୍ତି ଯେ ପୁଲିସର ଜୋରଦାର ଏରିଆ ଡୋମିନେସନ ଏବଂ ମାଓବାଦୀ ବିଲୋପ ରଣନୀତିରେ ଭୟଭୀତ ହୋଇ ଛତିଶଗଡରୁ ତେଲେଙ୍ଗାନାକୁ ପଳାୟନ କରୁଥିବା ମାଓବାଦୀଙ୍କ ସମ୍ପର୍କରେ ସୂଚନା ପୁଲିସକୁ ମିଳିଥିଲା । ଏହା ପରେ ଗ୍ରେ ହାଉଣ୍ଡ ଫୋର୍ସର ଯବାନମାନେ ମାଓବାଦୀଙ୍କୁ ଜନ୍ଦାଗୁଟା ଜଙ୍ଗଲରେ ସର୍ଚ୍ଚ ଅପରେସନ ଅଭିଯାନ ଆରମ୍ଭ କରିଥିଲେ । ବର୍ତ୍ତମାନ ମଧ୍ୟ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ଜାରି ରହିଛି । ଅଧୂକରୁ ଅଧୂକ ମାଓବାଦୀ ଗୁରୁତର ଆହତ କିମ୍ବା ମୃତୁ୍ୟ ହୋଇଥିବା ପୁଲିସ ଆଶଙ୍କା କରୁଛି ।