ଦୁଇ ଛୁଆଙ୍କୁ ଛାଡି ପ୍ରେମିକ ସହିତ ମହିଳା ଫେରାର 

 ରାଜକନିକା: ରାଜକନିକା ବ୍ଲକରେ ଆଉ ଜଣେ ଟୁଙ୍ଗୁରୁକୁ ନେଇ ଚର୍ଚ୍ଚା ଜୋର ଧରିଛି । କଥା ପହଁଚିଛି ରାଜକନିକା ଥାନାରେ । ଜଣେ ଅବିବାହିତ ଯୁବକ ପ୍ରେମରେ ଅନ୍ଧ ହୋଇ ନିଜର ସ୍ୱାମୀ, ଶାଶୁ ଶଶୁର ଘର ସଂସାର ଏପରିକି ଜନ୍ମ କରିଥିବା ଦୁଇଟି ଛୁଆଙ୍କୁ ପାଦରେ ଆଡେଇ ଦେଇ ଜଣେ ମହିଳା ନିଜଠୁ ବୟସରେ କମ ଜଣେ ଯୁବକଙ୍କ ହାତଧରିଛି । ଗତକାଲି ରାତିରେ ଉକ୍ତ ଯୁବକଙ୍କ ଘରକୁ ପଳେଇ ଆସିଥିବା ସୂଚନା ରହିଛି । ସୂଚନା ଅନୁଯାୟୀ ରାଜକନିକା ଥାନା ଅନ୍ତର୍ଗତ ଅଛୁତପୁର ଗାଁର ପ୍ରଫୁଲ ସାହୁଙ୍କ ପନôୀଙ୍କୁ ସେହି ଗାଁର କାହ୍ନୁ ଚରଣ ଦାସ ଗତକାଲି ରାତିରେ ନେଇଆସି ନିଜ ଘରେ ରଖିଥିବା ବେଳେ ଉଭୟଙ୍କର ଦୁଇ ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା ଓ ତାଙ୍କ ଇଚ୍ଛାରେ ସେ ଏଭଳି କରିଥିବା ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ଏପରି ଘଟଣା ଥାନାରେ ପହଁଚିବା ପରେ ଏବେ ରାଜକନିକା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ସେପଟେ ସମ୍ପୃକ୍ତା ମହିଳାଙ୍କର ଦୁଇଟି ପିଲା ଥିବା ସୂଚନା ମିଳିଛି । ଏ ନେଇ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ପ୍ରଫୁଲ ସାହୁ ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ,  ତାଙ୍କ ପତ୍ନୀ ଘରୁ ସୁନା ରୁପା,ଟଙ୍କା ଅଳଙ୍କାର ନେଇ ଆସିଛି । ରାଜକନିକା ପୁଲିସ ଘଟଣାକୁ ଗୁରୁତର ନେଇ ତଦନ୍ତ କରୁଥିବା ସୂଚନା ମିଳିଛି ।