୮ରୁ ଡ୍ରାଇଭର ମହାସଂଘର ଧାରଣା

 କେନ୍ଦ୍ରାପଡା : ଓଡିଶା ଡ୍ରାଇଭର ମହାସଂଘର ନିଦେ୍ର୍ଦଶକ୍ରମେ କେନ୍ଦ୍ରାପଡା ଜିଲ୍ଲା ଶାଖା ତରଫରୁ ଡ୍ରାଇଭର ମହାସଂଘର ବିଭିନ୍ନ ଦାବି ଗୁଡିକ ପୂରଣ ନ ହେବାରୁ ଆସନ୍ତା ୮ ତାରିଖ ଠାରୁ ଦୁହୁରିଆ ଠାରେ ଡ୍ରାଇଭର ମହାସଂଘର ସମସ୍ତ ସଭ୍ୟ ଧାରଣା ଦେବେ ବୋଲି ଏ ନେଇ ଏକ ଦାବିପତ୍ର ଉପ ଜିଲ୍ଲପାଳ ଅରୁଣ କୁମାର ନାୟକଙ୍କ ପ୍ରଦାନ କରିଛନ୍ତି । ଉକ୍ତ ଦାବିପତ୍ରରେ ଦୀର୍ଘ ଦିନ ହେଲା ଡ୍ରାଇଭର ମହାସଂଘ ସେମାନଙ୍କର ବିଭିନ୍ନ ଦାବି ଗୁଡିକ ରାଜ୍ୟ ସରକାରଙ୍କୁ ଜଣାଇ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାର ତାଙ୍କ ଦାବି ଗୁଡିକୁ ପୂରଣ କରୁ ନଥିବାରୁ ଆସନ୍ତା ୮ ତାରିଖଠାରୁ ଏମାନେ ଷ୍ଟିୟରିଂ ଛାଡି ଧାରଣାରେ ବସିବେ ବୋଲି ଡ୍ରାଇଭର ମହାସଂଘ ପକ୍ଷରୁ ଜଣାଇ ଦିଆଯାଇଛି ।