ମହାବିଦ୍ୟାଳୟରେ ଆଲୋଚନାଚକ୍ର
କେନ୍ଦ୍ରାପଡା: ତୁଳସୀ ମହିଳା ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ଓ ଅର୍ଥନୀତି ବିଭାଗ ଆନୁକୂଲ୍ୟରେ ଦୁଇଟି ସେମିନାର୍ ପୃଥକ ଭାବେ ଅଧ୍ୟକ୍ଷ ପ୍ରଫେସର୍ ରଞ୍ଜିତ୍ ରଞ୍ଜନ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ରାଜନୀତି ବିଜ୍ଞାନ ବିଭାଗ ଦ୍ୱାରା ଭାରତରେ ଗଣତନ୍ତ୍ର ସମ୍ଭାବନା ଓ ଆହ୍ୱାନ ଶୀର୍ଷକ ଆଲୋଚନା ଚକ୍ରରେ ଆନ୍ତର୍ଜାତିକ ଖାତି ସମ୍ପନ୍ନ ରାଜନୀତି ବିଜ୍ଞାନୀ ତଥା ରାଜନୈତିକ ସମୀକ୍ଷକ ଓ ଗବେଷକ ପ୍ରଫେସର ଡ. ପ୍ରକାଶ ଚନ୍ଦ୍ର ଷଢଙ୍ଗୀ ବିଷୟ ବିଷାରଦ ଭାବେ ଯୋଗଦେଇ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଅଧ୍ୟକ୍ଷ ପ୍ରଫେସର୍ ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଭାଗୀୟ ମୁଖ୍ୟ ଡ. ମମତା ସାହୁ ଓ ଶୈକ୍ଷିକ ଅଧିକାରୀ ଡ. ମଥୁରୀ ଚରଣ ନାୟକ ପ୍ରସଙ୍ଗ ଉପରେ ନିଜସ୍ୱ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧ୍ୟାପକ ପ୍ରତାପ ମହାନନ୍ଦା ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ । ବିଭାଗୀୟ ଅଧ୍ୟାପିକା ଗାୟତ୍ରୀ ନାୟକ ଓ ଅଧ୍ୟାପକ ରାମଚନ୍ଦ୍ର ସୁଆର କାର୍ଯ୍ୟକ୍ରମଟିକୁ ପରିଚଳାନା କରିଥିଲେ । ସେହିପରି ଅର୍ଥନୀତି ବିଭାଗ ତରଫରୁ ଭାରତୀୟ ସଂଘୀୟ ବ୍ୟବସ୍ଥାରେ ଅର୍ଥନୀତିର ଦିଗ ଶୀର୍ଷକ ଆଲୋଚନା ଚକ୍ରରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ, ପାରଳାଖେମୁଣ୍ଡିର ଅର୍ଥନୀତି ବିଭାଗର ମୂଖ୍ୟ ଡ. ପ୍ରିୟବ୍ରତ ଶତପଥୀ ବିଷୟ ବିଷାରଦ ଭାବେ ଯୋଗଦେଇଥିଲେ । ବିଭାଗୀୟ ମୂଖ୍ୟ ଶୁଶ୍ରୀ ଶ୍ରଦ୍ଧାଞ୍ଜଳୀ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପିକା ବୀଣାପାଣି ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।