ଲେଖକ ସହଯୋଗ ସମିତିିର ଆଡ଼ପ ଆସର

 ପୁରୀ: ପବିତ୍ର ହେରାପଞ୍ଚମୀ ଅବସରରେ ଅନୁଷ୍ଠିତ ହୋଇଯାଇଛି ୨୮ତମ ଆଡ଼ପ ଆସର । ପୁରୀ ଜିଲ୍ଳା ଲେଖକ ସହଯୋଗ ସମିତି ଆନୁକୂଲ୍ୟରେ ଶରଧାବାଲି ନିକଟସ୍ଥ ଶାଶ୍ୱତୀ ସ୍କୁଲ ଅଫ୍ ନର୍ସିଂ ସଭାଗୃହରେ ଆୟୋଜିତ ଏହି ସାରସ୍ୱତ ଆସରରେ ଅଧ୍ୟକ୍ଷତା କରିଥିଲେ ଅନୁଷ୍ଠାନର ସଭାପତି ଡ଼. କୈଳାସ ଚନ୍ଦ୍ର ଟିକାୟତରାୟ । ଆସରରେ ବିଶିଷ୍ଟ କବି ଓ ଶିକ୍ଷାବିତ୍ ଡ଼. ଭଗବାନ ଜୟସିଂ ମୁଖ୍ୟ ଅତିଥି, ଡ଼. ପ୍ରମୋଦ ଆଚାର୍ଯ୍ୟ ମୁଖ୍ୟବକ୍ତା ଏବଂ ସମ୍ମାନିତ ଅତିଥି ରୂପେ ଡ଼. ହେମନ୍ତ କୁମାର ଛୋଟରାୟ, ପ୍ରଭାତ ରଥ, ଡ଼. ଅଦ୍ୱୈତ ଚରଣ ଧଳ ଏବଂ କବି ସଦାଶିବ ମିଶ୍ର ଯୋଗ ଦେଇଥିଲେ । ବିବରଣୀ ପାଠ କରିଥିଲେ ସଂପାଦକ ବୀରେନ୍ଦ୍ର ମହାନ୍ତି । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ମତବ୍ୟକ୍ତ କରିଥିଲେ ଯେ କବି ନିଜ ପାଇଁ ବଞ୍ଚେନାହିଁ । ନିଜର ସାରସ୍ୱତ କୃତୀ ପାଇଁ କବି ଜନମାନସରେ ବଞ୍ଚôରୁହେ । ଧନ୍ୟବାଦ ଅର୍ପଣ କରିଥିଲେ କବି ବିପିନ ବିହାରୀ ଦଳାଇ ।