ଦୁଇ ଝିଅଙ୍କୁ ସାଙ୍ଗରେ ନେଇ ମା’ଙ୍କ ଆତ୍ମାହୁତି ଉଦ୍ୟମ
ଦୁଇ ଝିଅଙ୍କ ସହ ଜଣେ ମା’ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ତେବେ ସ୍ବାମୀଙ୍କ ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀ ଦୁଇ ଝିଅଙ୍କ ସହ କିରୋସିନି ଢାଳି ମହିଳା ଜଣକ ଆତ୍ମାହୁତି ଉଦ୍ୟମ କରୁଥିବାବେଳେ ଗ୍ରାମବାସୀ କାବୁକରି ପୋଲିସ ଜିମା ଦେଇଛନ୍ତି। ପୋଲିସ ଘଟଣାସ୍ଥଳରୁ ଉଦ୍ଧାର କରି ଥାନାକୁ ନେଇ ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ, ନିଶ୍ଚିନ୍ତକୋଇଲି ଥାନା ବାଲିଆପଦା ଗ୍ରାମର ଝରଣା ମଲିକ (୨୮) ନିଜ ୨ଝିଅଙ୍କୁ ନେଇ ମାମାଶ୍ରୀ ନାମକ ଜଣେ ମହିଳାଙ୍କ ଘର ସମ୍ମୁଖରେ କିରୋସିନି ଢାଳି ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ କାବୁ କରି ନେଇ ପୋଲସକୁ ହସ୍ତାନ୍ତର କରିଥିଲେ। ପୋଲିସ ଦୁଇ ପରିବାରକୁ ଥାନାକୁ ଉଠାଇ ଆଣି ତଦନ୍ତ ଜାରି ରଖିଛି। ଉଭୟ ମହିଳାଙ୍କ ସ୍ବାମୀ ବାହାରେ କାମ କରନ୍ତି। ପରକୀୟା ପ୍ରୀତି ପାଇଁ ଏଭଳି ଆତ୍ମାହୁତି ଉଦ୍ୟମ ହୋଇଥିବା ଅଞ୍ଚଳରେ ଜୋର୍ ଚର୍ଚ୍ଚା ହେଉଛି।