ବଙ୍ଗୋ ବାହିନୀର ଭୟଙ୍କର ଖେଳ ‘ବେଙ୍ଗଲି ବୟକଟ ପୁରୀ’

 ଭୁବନେଶ୍ୱର :   ଦୀଘାରେ ଜଗନ୍ନାଥ ମନ୍ଦିର କରିବା ପରେ ପଶ୍ଚିମବଙ୍ଗର କିଛି ଲୋକ ଏକ ଭୟଙ୍କର ଖେଳ ଆରମ୍ଭ କରିଦେଇଛନ୍ତି  । ବଙ୍ଗୋ ବାହିନୀ ନାମରେ ଏକ ସଂସ୍ଥା ବେଙ୍ଗଲୀସ ବୟକଟ ପୁରୀ ବୋଲି ଅଭିଯାନ ଆରମ୍ଭ କରିଛି  । ସେହିପରି ଅନ୍ୟ କେତେକ ସଂସ୍ଥା ବି ସମାନ ଢଙ୍ଗରେ ଦୀଘାକୁ ଜଗନ୍ନାଥ ଧାମ ବୋଲି କହୁଥିବା ଦେଖିବାକୁ ମିଳିଛି  । ପର୍ଯ୍ୟଟନ ବେପାର ପାଇଁ କିଛି ବଙ୍ଗୀୟ ଜଗନ୍ନାଥ ସଂସ୍କୃତି ପ୍ରତି ଆଘାତ ଦେବାର ଅପପ୍ରୟାସ ଆରମ୍ଭ କରିଦେଇଛନ୍ତି  । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନ୍ଦିର ଗଢ଼ିବା, ଜଗନ୍ନାଥ ଧାମ ନାମ ଦେବା, ପୁରୀ ସେବାୟତଙ୍କୁ କରାୟତ୍ତ କରି ଦାରୁ ବିଗ୍ରହ ବୋଲି ଅପପ୍ରଚାର କରିବାକୁ ନେଇ ଏବେ ଝଡ଼ ସୃଷ୍ଟିହୋଇଛି  । ପୁରୀକୁ ବଙ୍ଗୀୟ ପର୍ଯ୍ୟଟକ ଆସୁଥିବାବେଳେ ସେମାନଙ୍କୁ ଦୀଘା ମନସ୍କ କରିବା ପାଇଁ କିଛି କୁଚକ୍ରୀ ଯୋଜନା କରିଛନ୍ତି  । ଯାହାକୁ ନେଇ ଓଡ଼ିଶାରେ ବି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି  । ଏନେଇ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ କହିଛନ୍ତିଯେ, ବଙ୍ଗୋବାହିନୀର ଏହି ‘ବୟକଟ ପୁରୀ’ ଅଭିଯାନ ସଫଳ ହେଉ  ।  ଏଭଳି କଲେ ବଙ୍ଗୀୟ ବନ୍ଧୁମାନେ ଆମର ଉପକାର କରିପାରିବେ  । ନିଜ ଭୂମିରେ ଆମେ ଦ୍ୱିତୀୟ ଶ୍ରେଣୀର ନାଗରିକ ଭାବେ ବିବେଚିତ ହେଉଛୁ  । ବିଶେଷକରି ସେବାୟତମାନେ ପବିତ୍ର ପୁରୀରେ ଆମକୁ ଭଲ ଗୁରୁତ୍ୱ ଦେବାକୁ ବାଧ୍ୟ ହେବେବୋଲି ସେ କହିଛନ୍ତି  ।