ଦୁଇ ପଦବୀରେ ଜଣେ ମହିଳା
ନିଆଳି : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ପଞ୍ଚାୟତରେ ଜଣେ ମହିଳା ଦୁଇଟି ପଦବୀରେ ନିଯୁକ୍ତି ହୋଇଥିବା ଦେଖିବାକୁ ମିଳିଛି । ଉକ୍ତ ମହିଳା ଜଣକ ହେଲେ ସଂଯୁକ୍ତା ସିପକା । ସେ କେଗାଁ ପଞ୍ଚାୟତର ନାଏବ ସରପଞ୍ଚ ଥିବା ବେଳେ ମିଶନଶକ୍ତିରେ ସିଆରପି ରୂପେ କାର୍ଯ୍ୟ ତୁଲାଉଛନ୍ତି । ସରକାରଙ୍କ ନୀତିନିୟମ ଅନୁଯାଇ ଜଣେ ମହିଳା ଗୋଟିଏ ପଦବୀରେ ରହିବା ବ୍ୟବସ୍ଥା ଥିବା ବେଳେ ଏହି ମହିଳା ଜଣକ ସରକାରୀ ନିୟମକୁ ଉଲଂଘନ କରି ଦୁଇଟି ପଦବୀରେ ରହିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ମିଶନଶକ୍ତିର କର୍ତ୍ତୃପକ୍ଷ ଜାଣିଶୁଣି ନିଯୁକ୍ତି ଦେଇଛନ୍ତି କି? ଏ ନେଇ ଗୋଲାମୁଣ୍ଡା ବିଡ଼ିଓ ଶ୍ରୀଧର ପଣ୍ଡାଙ୍କୁ ଫୋନ ଯୋଗେ ପଚାରିବାରୁ ସେ କହିଲେ ଜଣେ ମହିଳା ଗୋଟିଏ ପଦବୀରେ ରହି ପାରିବେ । ଯଦି ଦୁଇଟି ପଦବୀରେ ଅଛନ୍ତି ତେବେ ତଦନ୍ତ କରାଯିବ ଦରକାର ପଡିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।