ଆନ୍ତଃବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା
କେନ୍ଦୁଝର : ଧରଣୀଧର ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ କ୍ରୀଡା ପ୍ରତିଯୋଗିତାର ତୃତୀୟ ଦିନ । ମାଇନିଂ ପଡିଆରେ ଅନୁଷ୍ଠିତ ପ୍ରଥମ ମହିଳା କ୍ରିକେଟ୍ ମ୍ୟାଚରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଛି । ପୁରୁଷ କ୍ରିକେଟ୍ ମ୍ୟାଚ୍ ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଖଲିକୋଟ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଛି । ଶଙ୍କରପୁର ଖେଳ ପଡିଆ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଛି । ଏଥିରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଫକୀର ମୋହନ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଛି । ଧରଣୀଧର ବିଶ୍ୱବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ମହିଳା କବାଡି ମ୍ୟାଚ୍ରେ ରମାଦେବୀ ବିଶ୍ୱବିଦ୍ୟାଳୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିବା ବେଳେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଛି । ସେହିପରି ପୁରୁଷ କବାଡି ମ୍ୟାଚ୍ରେ ଗଙ୍ଗାଧର ମେହେର । ବିଶ୍ୱବିଦ୍ୟାଳୟ ଧରଣୀଧର ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଛି । ଅନ୍ୟ ଏକମ୍ୟାଚ୍ରେ ଉକ୍ରଳ ବିଶ୍ୱବିଦ୍ୟାଳୟ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପରାସ୍ତ କରିଛି । ଧରଣୀଧର ମେଡିକାଲ କଲେଜରେ ଅନୁଷ୍ଠିତ ବାସ୍କେଟ ବଲ୍ ପୁରୁଷ ବିଭାଗ ମ୍ୟାଚ୍ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଫକୀର ମୋହନ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଛି । ଅନ୍ୟ ଏକ ମ୍ୟାଚ୍ରେ ଉକ୍ରଳ ବିଶ୍ୱବିଦ୍ୟାଳୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଛି । ମହିଳା ବସ୍କେଟ୍ବଲ୍ ପ୍ରତିଯୋଗୀତାରେ ଖୋଲିକଟ ବିଶ୍ୱବିଦ୍ୟାଳୟ ଧରଣୀଧର ବିଶ୍ୱବିଦ୍ୟାଳୟ କୁ ପରାସ୍ତ କରି ଥିବାବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କୁ ପରାସ୍ତ କରିଛି । କ୍ୟାରମ୍ ପ୍ରତିଯୋଗିତା ରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଧରଣୀଧର ବିଶ୍ୱବିଦ୍ୟାଳୟ କୁ ପରାସ୍ତ କରିଛି ।ଭଲିବଲ ପ୍ରତିଯୋଗିତାରେ ଗଙ୍ଗାଧର ମେହର ବିଶ୍ୱବିଦ୍ୟାଳୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁ ପରାସ୍ତ କରିଛି । ଖୋକ ପୁରୁଷ ବିଭାଗରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଫକୀର ମୋହନ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଛି । ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରେ ପ୍ରଥମ ଥର ପାଇଁ ଆକର୍ଷଣୀୟ ହକି ମ୍ୟାଚ୍ ଅନୁଷ୍ଠିତ ହୋଇଛି । ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ଗଙ୍ଗାଧର ମେହେର ମଧ୍ୟରେ ଅନୁଷ୍ଠିତ ଏକ ମ୍ୟାଚ୍ ପେନାଲ୍ଟି ସୁଟ ଆଉଟ୍ ୪/୨ ରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟକୁ ପରାସ୍ତ କରିଛି ।