ଧର୍ମପ୍ରାଣା ମହିଳାଙ୍କ ପରଲୋକ 

 କେନ୍ଦୁଝର : କେନ୍ଦୁଝର ସହର ଢେଙ୍କାପୁର ଶାସନ ଜଣାଶୁଣା ବ୍ୟକ୍ତି କୃଷ୍ଣଚନ୍ଦ୍ର ପତିଙ୍କ ପତ୍ନୀ ଚନ୍ଦ୍ରମଣୀ ପତିଙ୍କ ୮୨ ବର୍ଷ ବୟଷରେ ପରଲୋକ ହୋଇଯାଇଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ସେ ଜଣେ ମିଷ୍ଟଭାଷୀ, ଅମାୟିକ, ଧାର୍ମିକ ତଥା ପରୋପକାରୀ ମହିଳା ଥିଲେ । ତାଙ୍କର ଦେହାନ୍ତରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି । ମୃତୁ୍ୟବେଳେ ତାଙ୍କ ନିକଟରେ ପୁଅ ଚିତ୍ତରଞ୍ଜନ, ବିଶ୍ୱରଞ୍ଜନ ଓ ଦୀପକଙ୍କ ସହିତ ବୋହୂ କୁନୁ, ଲିପି, ଗୀତା ଏବଂ ନାତି,ନାତୁଣୀ ଶୁଭମ, ବାପି, ଗୁଗୁଲୁ, ସୋହମ, ହୋନି, ସୋନୁ, ମାମୁନୁ, ରାନୀ, ଭିକି, ସୁଶିଲ, ରାଜକିଶୋର, ପ୍ରଭାସ ପ୍ରମୁଖ ଉପସ୍ଥିତ ଥିଲେ । ସାନପୁଅ ଦୀପକ ମୁଖାଗ୍ନୀ ଦେଇଥିଲେ ।